ଆଜି ରାଜ୍ୟରୁ ୧୫୭୨ ସଂକ୍ରମିତ ଚିହ୍ନଟ,୨୦ ମୃତ

18

ରାଜ୍ୟ ରେ ବର୍ତ୍ତମାନ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି I କିନ୍ତୁ ମୃତ୍ୟୁ ସଂଖ୍ୟା ରେ ବ୍ରେକ ଲାଗିପାରୁ ନାହିଁ ,ପ୍ରତିଦିନ ୨୦ ଜଣ ଉପରେ ରହୁଛି ମୃତ୍ୟୁ ସଂଖ୍ୟା I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୫୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ,୨୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରୁ ଯାଜପୁରରୁ ୪ ଜଣ, ବାଲେଶ୍ୱରରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୩ ଜଣ, ଭୁବନେଶ୍ୱରରୁ ୩ ଜଣ, ମୟୂରଭଞ୍ଜରୁ ୨ ଜଣ, କେଉଁଝର, କଟକ, ଜଗତସିଂହପୁର, ନବରଙ୍ଗପୁର ଓ ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ସଂକ୍ରମିତ ଙ୍କ ମଧ୍ୟରେ ସଙ୍ଗରୋଧରୁ ୯୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୫୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୦୯ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୫୭୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୫୧ ହଜାର ୪୩୧ ରହିଥିବା ବେଳେ ୧୪ ହଜାର ୨୫୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.