ଆଜି ରାଜ୍ୟରୁ ୧୨୯ କୋଭିଡ୍ ସଂକ୍ରମିତ ଚିହ୍ନଟ ,୩ ମୃତ

14

ଆଜି ରାଜ୍ୟରୁ ୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି I ଏହି ତିନି ଜଣ ମୃତକ କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି I ଆଜିର ମୃତକ ଙ୍କୁ ମିଶାଇ ରାଜ୍ୟରରେ ମୋଟ ମୃତ୍ୟୁ ସଂଖ୍ୟା ୯୧୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ସଂକ୍ରମିତ ଙ୍କ ମଧ୍ୟରେ ସଙ୍ଗରୋଧରୁ ୭୫ ଓ ସ୍ଥାନୀୟ ଅଞ୍ଚଳରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୯ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୮୮୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୨୨୮ ରହିଥିବା ବେଳେ ୧ ହଜାର ୫୦୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.