ଆଜି ରାଜ୍ୟରୁ ୧୦,୨୭୩ ସଂକ୍ରମିତ ଚିହ୍ନଟ :୪ ମୃତ

15

ଆଜି ରାଜ୍ୟରେ ୧୦,୨୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ଭଦ୍ରକ, କଟକ, ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି । ସେହିଭଳି ଆକ୍ରାନ୍ତ ଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୬୫ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏ ଥର ମଧ୍ୟ ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଏହି କ୍ରମରେ ରାଜ୍ୟରେ ସୁନ୍ଦରଗଡ଼ରୁ ୧୦୪୯, କଟକରୁ ୮୪୪,ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ ୩୪୦ ଓ ବାଲେଶ୍ୱରରୁ ୪୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ ଅନୁଗୋଳରୁ ୮୫, ବରଗଡ଼ ୧୦୨, ଭଦ୍ରକ ୧୦୨, ବଲାଙ୍ଗିର ୧୯୧, ବୌଦ୍ଧ ୨୪, ଦେବଗଡ଼ ୨୩, ଢେଙ୍କାନାଳ ୬୯, ଗଜପତି ୧୨୬, ଗଞ୍ଜାମ ୫୫, ଜଗତସିଂହପୁର ୧୩୨, ଯାଜପୁର ୧୪୩, ଝାରସୁଗୁଡ଼ା ୨୦୨, କନ୍ଧମାଳ ୨୦୩, କେନ୍ଦୁଝର ୧୧୪, କୋରାପୁଟ ୧୮୬, ମାଲକାନଗିରି ୩୦, ନବରଙ୍ଗପୁର ୧୨୫, ନୟାଗଡ଼ ୧୨୧, ନୂଆପଡ଼ା ୪୫, ପୁରୀ ୨୬୯, ରାୟଗଡ଼ା ୧୮୩ ଓ ସୋନପୁରରୁ ୧୩୨ ଜଣ କରୋନା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଅନୁସାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯ରେ ପହଞ୍ଚିଥିବା ବେଳେ ରାଜ୍ୟରୁ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୧୭୯ରହିଛି ଏବଂ ୫୩ ହଜାର ୧୭୧ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.