ଘରେ ବାପା ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ କରିବାପାଇଁ କରନ୍ତୁ ଏହି ଛୋଟ ଉପାୟ

33

ବାସ୍ତୁ ଶାସ୍ତ୍ରରେ ଏହିପରି ଅନେକ ନିୟମ ରହିଛି , ଯାହାକୁ ଠିକ ଭାବରେ ପାଳନ କଲେ ପରିବାର ସଦସ୍ୟ ଙ୍କର ଉନ୍ନତି ହୋଇଥାଏ I ଘରେ ପ୍ରତ୍ୟକ ଦିଗ ଅନୁଯାୟୀ ଜିନିଷ ପତ୍ର ରଖିବାର ନିୟମ ରହିଛି I ଆମେ ଯଦି ସେଗୁଡିକ ସଠିକ୍ ଦିଗରେ କିମ୍ବା ସଠିକ୍ ସ୍ଥାନରେ ନ ରଖୁ ତେବେ ସେଥିରୁ ବାସ୍ତୁ ଜନିତ ତ୍ରୁଟି ଦେଖାଦେଇ ଘରର ଶାନ୍ତି ଭଙ୍ଗ କରିଥାଏ I

ବାସ୍ତୁ ତ୍ରୁଟି ଫଳରେ ଘରେ ପିତା ପୁତ୍ରଙ୍କ ସମ୍ପର୍କ ରେ ମଧ୍ୟ ବିଭେଦ ସୃଷ୍ଟି ହୋଇଥାଏ I ପ୍ରାୟ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଅଶାନ୍ତି ,କଲି ,ଝଗଡା ଦେଖାଦେଇଥାଏ I ଏପରି ପରିସ୍ଥିତିରେ, ଯଦି ଆମେ କିଛି ଜିନିଷ ପ୍ରତି ସତର୍କ ପଦକ୍ଷେପ ନେବା ତେବେ ପିତା,ପୁତ୍ରଙ୍କ ସହିତ ସମସ୍ତ ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବ I

ବାସ୍ତୁ ଅନୁସାରେ ଯଦି ଘରେ ପିତା ପୁତ୍ରଙ୍କ ସହିତ ସର୍ବଦା ମତଭେଦ ବା ତିକ୍ତତା ରହୁଛି I ତେବେ ଜାଣି ରଖନ୍ତୁ ସେହି ଘରର ଉତ୍ତର – ପୂର୍ବ ଦିଗଟି ଅପରିଷ୍କାର ରହିଛି I ଯଦି ଘରର ଏହି ଦିଗଟି ଅପରିଷ୍କାର ରହେ କିମ୍ବା ଅବହେଳିତ ଅବସ୍ଥାରେ ଏହି କୋଣ ଟି ରହିଥାଏ ତେବେ ଏହା ଘରର ବାସ୍ତୁ ଜନିତ ସମସ୍ୟା ସୃଷ୍ଟି କରି ପିତା ଏବଂ ପୁତ୍ର ଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ I ଯଦି ଆପଣ ମଧ୍ୟ ଘରେ ପିତା ଏବଂ ପିଲାଙ୍କ ମଧ୍ୟରେ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ଘରର ଉତ୍ତର-ପୂର୍ବ ଦିଗକୁ ସଫା କରନ୍ତୁ I

ବସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର-ପୂର୍ବ କୋଣ ବା ଐଶାନ୍ୟ କୋଣ ଟି ହେଉଛି ଦେବତାଙ୍କର I ତେଣୁ ଭୁଲ ରେ ମଧ୍ୟ ଡଷ୍ଟବିନକୁ ଏହି ଦିଗରେ ରଖିବା ଉଚିତ ନୁହେଁ। ଯଦି ଆଏଥିପ୍ରତି ଆପଣ ସତର୍କ ନ ହୁଅନ୍ତି , ତେବେ ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଯାଏ ଏବଂ ସମସ୍ତେ ପରସ୍ପର ପ୍ରତି ଇର୍ଷା କରିବା ଆରମ୍ଭ କରିଥାନ୍ତି I ତେଣୁ ଠିକ୍ ସମୟରେ ଏହି ଦିଗକୁ ସଫା କରିବା ଉଚିତ I

ଏହାସହିତ ପିତା ପୁତ୍ରଙ୍କ ସମ୍ପର୍କ ରେ ସୁଧାର ଆଣିବା ପାଇଁ ପୁଅର ଜନ୍ମଦିନରେ ବାପା ହଳଦୀ ,ଚାଉଳ ଏବଂ ରୂପା ମୁଦ୍ରା ଦାନ କରିବା ଉଚିତ୍ I ସେହିପରି ପିତାଙ୍କ ଜନ୍ମଦିନରେ ପୁଅକୁ ଏକ ତମ୍ବା ମୁଦି କିମ୍ବା ସୁନା ଚାଟ ନାକ ଚଣା ଦାନ କରନ୍ତୁ I ତା ସହିତ ପିତାଙ୍କ ଜନ୍ମଦିନରେ ପୁଅକୁ ମହୁ ଏବଂ ବାତାସା ଏକାଠି କରି ଦାନ ଦିଅନ୍ତୁ I ବହୁତ ଜଲ୍ଦି ଘରେ ଅଶାନ୍ତି ଦୂର ହେଇଯିବ I

Comments are closed, but trackbacks and pingbacks are open.