ରକ୍ତହୀନତା ଦୂର କରିବା ପାଇଁ, ସକାଳେ ଖାଆନ୍ତୁ କିସମିସ୍‌

28

କୌଣସି କାରଣ ଯୋଗୁ ବେଳେ ବେଳେ ଶରୀରରେ ରକ୍ତ ହୀନତା ଦେଖାଦେଇଥାଏ I ଏଥିପାଇଁ ଆମେ ଡାକ୍ତଙ୍କ ପରାମର୍ଶ ଅନୁଯାୟୀ ମେଡ଼ିସିନ କିମ୍ବା ଟନିକ ବ୍ୟବହାର କରିଥାଉ I ଏଥିପାଇଁ ଆମର ଏକ ଅଵ୍ୟର୍ଥ ଘରୋଇ ଉପାୟ ମଧ୍ୟ ରହିଛି I ଯାହାକୁ ଆପଣ ସହଜରେ ଆପଣେଇ ପାରିବେ I ଆମ ଘର ମାନଙ୍କରେ ପ୍ରାୟ କିସମିସ ରହିଥାଏ I ଏହି କିସମିସ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଉପକାର ଇ ଆସନ୍ତୁ ଜାଣିବା କିସମିସ ଖାଇବାର ବିଧି :

କିସମିସ୍‌ ଖାଇବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ସକାଳୁ ଖାଆନ୍ତୁ । ଏହା ଶୀତ ଏହାର ପାଣି କୁ ବି ନ ଫୋପାଡ଼ି ପିଇ ଦିଅନ୍ତୁ Iଭିଜା କିସମିସରେ ଆଇରନ,ପୋଟାସିୟମ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍ଏବଂ ଫାଇବର୍ ପ୍ରଚୁର ପରିମାଣରେ ରହିଥାଏ। ରାତିରେ ବତୁରା ହୋଇଥିବା କିସମିସ ଖାଇଲେ ଏବଂ ଏହାର ପାଣି ପିଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ବାହାରର ଜୀବାଣୁ ସହ ଲଢ଼ିବାରେ ସକ୍ଷମ ହୋଇଥାଏ ଏବଂ ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରିପାରେ ନାହିଁ।

ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଏହି ବତୁରା ହୋଇଥିବା କିସମିସ୍ ଲାଭଦାୟକ ହୋଇଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଥିବା ପୋଟାସିୟମ୍ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେଇଥାଏ। ଏହା ଦ୍ବାରା ଆପଣ ଆନିମିଆରୁ ରକ୍ଷା ପାଇବେ କାରଣ କିସମିସ୍ ଆଇରନର ପ୍ରମୁଖ ଉପାଦାନ ଅଟେ। ଏହା ସହ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି କମ୍ପ୍ଲେକ୍ସ୍ ଥାଏ। ଏହା ରକ୍ତର ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ଏହା ହଜମ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଏଥିରେ ଖଣିଜ ଲବଣ ପ୍ରଚୁର ପରିମାଣରେ ରହିଥାଏ। ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ଗୋଟିଏ କଥା ମନେ ରଖନ୍ତୁ ଯେ ବତୁରା ହୋଇଥିବା କିସମିସରେ କ୍ୟାଲୋରୀର ମାତ୍ରା ଅଧିକ ରହିଥାଏ। ସେଥିପାଇଁ ଏହାକୁ ବେଶୀ ଖାଆନ୍ତୁ ନାହିଁ।

Comments are closed, but trackbacks and pingbacks are open.