ଆଜି ର ରାଶିଫଳ

25

ରାଶିଫଳ ୧୮-୦୫-୨୦୨୨ ବୁଧୁବାର : ଆଜି ଏହି ରାଶିର ବ୍ୟକ୍ତିମାନେ କରଜ ଦେଇଥିବା ଟଙ୍କା ଫେରିପାଇବେ I ବୃଷ ରାଶି ର ବ୍ୟକ୍ତିମାନେ ଭ୍ରମଣ ପ୍ରିୟ ହେବେ I ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଫଳ ଦାୟୀ I କର୍କଟ ରାଶିର ବ୍ୟକ୍ତିମାନେ ପରିଶ୍ରମୀ ହେବେ I କୁମ୍ଭ ରାଶିର ବ୍ୟକ୍ତିମାନେ ଚତୁର୍ଦିଗରୁ ସଫଳତା ପାଇବେ I

ମେଷ : ସତର୍କତାର ସହିତ ସମସ୍ତ କାର୍ଯ୍ୟ ସାରନ୍ତୁ I ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଭଗବାନଙ୍କୁ ସ୍ମରଣ କରି ଆରମ୍ଭ କରନ୍ତୁ I ପୁଳାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ I ନିଜର କରିଥିବା ଭୁଲ ଗୁଡିକ ସୁଧାରନ୍ତୁ I

ବୃଷ : ବନ୍ଧୁ ପରିବାର ସହିତ ଭ୍ରମଣ ଯୋଜନା କରିପାରନ୍ତି I ବ୍ୟସନ ଭୂଷଣ ପ୍ରତି ଆକର୍ଷିତ ହେବେ I ଦିନଟି ସୁଖମୟ ହେବ I ପୁରୁଣା କରଜ ଫେରସ୍ତ ପାଇବେ I ଚିକ୍କଣିଆ କଥା କହି କେହି ଆପଣଙ୍କୁ ଧୋକା ଦେଇ ପାରନ୍ତି I

ମିଥୁନ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

କର୍କଟ : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପରିଶ୍ରମୀ ହେବେ ଇ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ Iପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ସିଂହ : ସାବଧାନତା ର ସହିତ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ I ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

କନ୍ୟା : ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ।

ତୁଳା : ଦିନଟି ଅଳସୁଆମୀର କଟିବ I କୌଣସି କାର୍ଯ୍ୟରେ ଫୁର୍ତି ଆସିବ ନାହିଁ I କାର୍ଯ୍ୟରେ ବନ୍ଧୁ ସହଯୋଗ ମିଳିବ I ଧାର୍ମିକ କାର୍ଯ୍ୟରେ ମନ ବଳାଇବେ I ପରିବାର ସହିତ ମର୍ଯ୍ୟାଦା ପୂର୍ଣ୍ଣ ବ୍ୟବହାର କରନ୍ତୁ I

ବିଛା : ସ୍ୱାସ୍ଥ୍ୟ ଭଲ ରହିବ I ପାରିବାରିକ ପରିବେଶ ଆନନ୍ଦଦାୟକ ହେବ I ଛୋଟମୋଟ କଥା କୁ ଅଣଦେଖା କରନ୍ତୁ I ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ ପ୍ରଶଂସିତ ହେବେ।

ଧନୁ : ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ବା ସରକାରୀ ସୂତ୍ରରୁ ଧନଲାଭ ହୋଇପାରେ। ପାରିବାରିକ ସ୍ନେହ ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମତୁଲ କରିପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ବା ସରକାରୀ ସୂତ୍ରରୁ ଧନଲାଭ ହୋଇପାରେ। ପାରିବାରିକ ସ୍ନେହ ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମତୁଲ କରିପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମକର : ଚାକିରୀ ତଥା ବ୍ୟବସାୟ କ୍ଷେତ୍ରରେ ଉନ୍ନତି I ଆର୍ଥିକ ଲାଭ ମିଳିବ I ପାରିବାରିକ ଜୀବନ ସୁଖମୟ ହେବ I ଆଗକୁ ଭ୍ରମଣ କରିପାରନ୍ତି I କଥାବାର୍ତା କରିବା ସମୟରେ ଶାଳୀନତା ରଖନ୍ତୁ I ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ I

କୁମ୍ଭ : ଦିନଟି ଆପଣଙ୍କ ସପକ୍ଷରେ ଯାଉଛି ଇ ସମସ୍ତ କ୍ଷେତ୍ରରେ ଲାଭ ପାଇବେ I ପରିବାର ଏବଂ ସମାଜରେ ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ I ଚାକିରିରେ ପଦୋନ୍ନତି ହେବ I ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ I ସ୍ୱାସ୍ଥ୍ୟ ଭଲ ରହିବ I

ମୀନ : ଆଜି ସାହିତ୍ୟିକ କଳା ପ୍ରତି ଆଗ୍ରହ ରହିବ I ଆଜି ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସମର୍ଥ ହେବେ I ଧାର୍ମିକ ଯାତ୍ରା ହେବାର ସମ୍ଭାବନା ଅଛି I ବିଦେଶରେ ରହୁଥିବା ବନ୍ଧୁ ଏବଂ ପ୍ରିୟଜନଙ୍କ ସହ କଥାବାର୍ତ୍ତା ହୋଇପାରେ I ସମସ୍ତ ବାଧାବିଘ୍ନ ଦୂର ହେବ I

Comments are closed, but trackbacks and pingbacks are open.