ହ୍ୟାକ୍ ହେଲା ଟିଏମସିର ଟ୍ୱିର୍ଟ ଆକାଉଣ୍ଟ୍‌

29

ତ୍ରୁଣ ମୂଳ କଂଗ୍ରେସର ଅଫିସିଆଲ୍ ଟ୍ୱିର୍ଟ ଆକାଉଣ୍ଟ୍ ମଙ୍ଗଳବାର ହ୍ୟାକ୍ ହୋଇଛି । ଆକାଉଣ୍ଟ୍‌ରେ ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍‌ପ୍ଲେ ହ୍ୟାଣ୍ଡେଲ୍ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି । ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଏହି ଅସୁବିଧାକୁ ଖୁବ୍ ଶୀଘ୍ର ସମାଧାନ କରାଯିବାର ବାଟ ଖୋଜା ଯାଉଛି । ତେବେ ଏବେ ପର୍ଯ୍ୟନ୍ତ ହ୍ୟାକର୍ସ ଟ୍ୱିର୍ଟରେ କୌଣସି ପୋଷ୍ଟ୍ କରିନାହିଁ । ଆପଣ ଜାଣିଥିବେ ଯେ ‘ୟୁଗୋ ଲ୍ୟାବ୍ସ’ ହେଉଛି ଆମେରିକାରେ ଥିବା ବ୍ଲକ୍‌ଚେନ୍ ଟେକ୍‌ନୋଲୋଜି କମ୍ପାନି ।

ଯାହାକି ଏନ୍‌ଏଫ୍‌ଟି ଏବଂ ଡିଜିଟାଲ୍ କଲେକ୍ଟିବିଲ୍‌ର ବିକାଶ କରେ । କ୍ରିପ୍େଟାକରେନ୍ସି ଏବଂ ଡିଜିଟାଲ୍ ମିଡିଆ ଏହାର ଉଦାହରଣ । ଆପଣଙ୍କର ମନେ ଥିବ ଯେ ଗତବର୍ଷ ଡିସେମ୍ବର ୧୦ ତାରିଖରେ ୱାଇଏସ୍‌ଆର୍ କଂଗ୍ରେସର ଟ୍ୱିର୍ଟ ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲା । ତାପରେ ଆକାଉଣ୍ଟ୍‌ରେ କ୍ରିପ୍େଟା କରେନ୍ସିର ପ୍ରମୋସନ କରାଯାଇଥିଲା । ଦଳର ଟ୍ୱିର୍ଟ ବାୟୋ ଡେସ୍‌କ୍ରିପସନ୍ ବଦଳିକି ‘ଏନ୍‌ଏଫ୍‌ଟି ମିଲିଓନିର‌୍ୟ’ ହୋଇ ଯାଇଥିଲା । ସେହିପରି ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇ ବୋର୍ଡ ଆପେ ୟ୍ୟାଚ୍ କ୍ଲବ୍ ହୋଇ ଯାଇଥିଲା ।

ସେହିପରି ଗତ ଅକ୍ଟୋବରରେ ତେଲୁଗୁ ଦେଶମ ପାର୍ଟିର ଟ୍ୱିର୍ଟ ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲା । ତାପୂର୍ବରୁ ଏପ୍ରିଲ୍ ମାସରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିର୍ଟ ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲା । ହ୍ୟାକ୍‌ର୍ସ ଟ୍ୱିର୍ଟର ଡିସ୍‌ପ୍ଲେ ପିକ୍ଚରରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇ ଦେଇଥିଲେ ।

Comments are closed, but trackbacks and pingbacks are open.