ଜାତୀୟ ଦଳର ମାନ୍ୟତା ହରାଇଲା ଟିଏମ୍‌ସି

27

ମମତାଙ୍କ ପାଇଁ ବଢିଲା ଅଡୁଆ ।ତୃଣମୂଳ କଂଗ୍ରେସ ଜାତୀୟ ଦଳର ମାନ୍ୟତା ହରାଇବା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରୁଛି ଦଳ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଟିଏମସି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି । ଟିଏମସି ସାଂସଦ ସୌଗତ ରୟ କହିଛନ୍ତି ଯେ, ଦଳ ଆରମ୍ଭ ହେବା ଠାରୁ ବହୁ ବାଧାବିଘ୍ନ ଅତିକ୍ରମ କରି ଆସିଛି । ଏହି ବାଧାକୁ ମଧ୍ୟ ଅତିକ୍ରମ କରିଯିବ ।

ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଲଗାତର ଭାବେ ପଶ୍ଚିମବଙ୍ଗରେ ନିଜ ଗାଦି ବଜାୟ ରଖିଛି । ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରି ଗାଦି ଦଖଲ କରିଥିଲା ତୃଣମୂଳ କଂଗ୍ରେସ । ଏହାସହ ଜାତୀୟ ସ୍ତରରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରିଥିଲା ଦଳ । ଏଥିପାଇଁ ଅନ୍ୟ ରାଜ୍ୟରେ ମଧ୍ୟ ସଂଗଠନ ମଜବୁତ କରିବାକୁ ଚେଷ୍ଟା ଚଳାଇଥିଲା । ଗୋଆ ନିର୍ବାଚନରେ ନିଜର ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲା ଟିଏମସି ।

ସେହିପରି ତ୍ରିପୁରାରେ ମଧ୍ୟ ଟିମସି ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ହେଲେ ଆଖିଦୃଶିଆ ସଫଳତା ମିଳି ନଥିଲା । ଭୋଟ ପ୍ରତିଶତ ମଧ୍ୟ କମ୍ ରହିଥିଲା । ଏହାପରେ ନିର୍ବାଚନ କମିଶନ ଟିଏମସିର ଜାତୀୟ ଦଳର ମାନ୍ୟତା ହଟାଇ ନେଇଛନ୍ତି । ତେବେ ଆଗକୁ ଟିଏମସି ଜାତୀୟ ଦଳ ମାନ୍ୟତା ଫେରିପାଇବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.