ଦମଦାର ଲୁକରେ ଖୁବ ଶୀଘ୍ର ଆସୁଛନ୍ତି ଟାଇଗର

91

ଖୁବ ଶୀଘ୍ର ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି ଟାଇଗର ଶ୍ରଫ୍‌ l ଟାଇଗର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ’ କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ସେ ନିଜର ପାୱାର୍ ପ୍ୟାକ୍ ଅବତାର ନଜର ଆସିବେ l ପ୍ରଶଂସକ ଓ ଫ୍ୟାନ୍ସ ମାନଙ୍କୁ ନିଜର ନୂଆ ରୂପରେ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ଟାଇଗର l

ଆଜି ଅଭିନେତା ଟାଇଗର ଶ୍ରଫ୍‌ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ କ୍ଲିପ୍‌ ସେୟାର କରିଛନ୍ତି l ଏହି ଡିଷ୍ଟୋପିଆନ୍ ଜଗତର ଝଲକ ଦେଖି ପ୍ରଶଂସକଙ୍କ ଉତ୍କଣ୍ଠାକୁ ଆହୁରି ଦ୍ବିଗୁଣିତ ହୋଇଯାଇଛି l ତେବେ କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଡିଷ୍ଟୋପିଆନ୍ ଦୁନିଆ ଉପରେ ଆଧାରିତ l ଏହା ସହ ଆକ୍ସନ୍ ଓ ଥ୍ରୀଲରରେ ଭରପୂର ରହିଛି ଏହି ଚଳଚିତ୍ରଟି ।

ଟାଇଗର ଶ୍ରଫ ଫିଲ୍ମର ଟିଜର ରିଲିଜର ତାରିଖ ମଧ୍ୟ ଘୋଷଣା କରିଛନ୍ତି l ନିଜ ଏକ୍ସ ଆକାଉଣ୍ଟରେ ଗଣପତ ଏ ହିରୋ ଇଜ୍ ବର୍ଣ୍ଣ’ର ଝଲକ ଶେୟାର୍ କରି କ୍ୟାପ୍‌ସନ୍‌ରେ କହିଛନ୍ତି ଯେ ଏହାର ଟିଜର ସେପ୍ଟେମ୍ବର ୨୭ରେ ମୁକ୍ତିଲାଭ କରିବ। ଭାଶୁ ଭଗନାନୀ, ଜ୍ୟାକି ଭଗନାନୀ, ଦୀପଶିଖା ଦେଶମୁଖ ଏବଂ ବିକାଶ ବହଲଙ୍କ ଦ୍ୱାରା ନିର୍ମିତ ଏବଂ ବିକାଶ ବହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୦ ଅକ୍ଟୋବର ୨୦୨୩ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଅନେକ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି ।

Comments are closed, but trackbacks and pingbacks are open.