ଏହିସବୁ ଜିଲ୍ଲା ପାଇଁ ରହଛି ଘଡଘଡି ସହ ବର୍ଷା ସମ୍ଭାବନା

21

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ରବିବାର ୧୫ ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳ ସୁଦ୍ଧା ଏହି ୧୫ ଜିଲ୍ଲା ପାଇଁ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ଗଜପତି, ନୟାଗଡ, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, କେଉଁଝର, ଅନଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଏବଂ ଜାଜପୁର ଜିଲ୍ଳା ପାଇଁ ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ନବରଙ୍ଗପୁର, ବଲାଙ୍ଗିର, ରାୟଗଡା, କଳାହାଣ୍ଡି, କୋରାପୁଟ, କନ୍ଧମାଳର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି ବିଭାଗ । ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୂଆପଡା, ମାଲକାନଗିରି ପାଇଁ ଘଡଘଡି ବର୍ଷା ସମ୍ଭାବନା ନାହିଁ ।

ଏହି ସମୟ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି  କନ୍ଧମାଳ, ନୂଆପଡା  କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବାନ ରହିଛି । ୟେଲାେ ୱାର୍ଣ୍ଣିଂ ସହ ଆସନ୍ତା  ଆସନ୍ତା ୪ ଦିନ ପାଇଁ  ଘଡଘଡି  ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ୫ ଜିଲ୍ଲାର କିଛି କିଛି ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.