‘ଏନଡେସ୍କ ଆପ୍ଲିକେସନ’ ମାଧ୍ୟମ ରେ ହେଉଛି ଅଧିକାଂଶ ସାଇବର ଠକେଇ ,ଦୁରେଇ ରହିବାକୁ ଡିସିପିଙ୍କ ପରାମର୍ଶ

13

ଦିନକୁ ଦିନ ଭୁବନେଶ୍ୱରରେ ସାଇବର ଠକ ଙ୍କ ଦୌରାତ୍ମ୍ୟ ବଢି ଚାଲିଛି I ସାଇବର ଠକ ମାନେ ନୂତନ କଳା କୌଶଳ ଅବଲମ୍ବନ କରି ମିନିଟକରେ ଆକାଉଣ୍ଟ ଖୋଳ କରି ଚାଲିଛନ୍ତି I ଏ ସମ୍ପର୍କରେ ଭୁବନେଶ୍ୱର ଡିସିପିଙ୍କ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି ଜମତାରା ଗ୍ୟାଙ୍ଗ ‘ଏନି ଡେସ୍କ ଆପ୍ଲିକେସନ’ ମାଧ୍ୟମରେ ସକ୍ରିୟ ଥାଇ ପଞ୍ଜାବ, ରାଜସ୍ଥାନ, ଗୁଡଗାଓଁ ଓ ବାଙ୍ଗାଳୁରୁରୁ କରୁଛନ୍ତି ଫ୍ରଡ କଲ୍ ତେଣୁ ଏନି ଡେସ୍କ ଆପ୍ଲିକେସନ ଡାଉନଲୋଡ ନକରିବାକୁ ପରାମର୍ଶ ଦେଲେ ଡିସିପି । ଏହି ଆପ ଜରିଆରେ ଅଧିକ ଠକେଇ ହେଉଥିବା କଥା ସ୍ପଷ୍ଟ କରିଛି ଭୁବନେଶ୍ୱର ସାଇବର ସେଲ । ଫେବୃଆରୀରୁ ଡିସେମ୍ବର ୧୫ ଯାଏଁ ଠକେଇର ଦେଇଛି ସମୁଦାୟ ତଥ୍ୟ । ଭୁବନେଶ୍ୱରରେ ପ୍ରାୟ ୭ କୋଟି ଠକିଛନ୍ତି ସାଇବର ଠକ । ମୋଟ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଠକିଛନ୍ତି ଠକ ।
ଏଥିରୁ ୯୧, ୪୦, ୫୩୦ ଟଙ୍କା ଠକଙ୍କ ଠାରୁ ଫେରିଛି ୫୬, ୭୧, ୩୪୦ ଟଙ୍କାକୁ ବ୍ଲକ କରାଯାଇଛି I ସେହିପରି ସାଇବର ଠକେଇ ନେଇ ୬୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୩ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି I ଏମାନଙ୍କ ମଧ୍ୟରୁ ଅଧିକାଂଶ ନାଇଜେରିଆ ଠକ ସମ୍ପୃକ୍ତ ଅଛନ୍ତି I ନିକଟରେ ହୋଇଥିବା ଓକାକ ମୁଖ୍ୟ ଏବଂ ଗତକାଲି ହୋଇଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ପତ୍ନୀଙ୍କ ଆକାଉଣ୍ଟ ରୁ ଏହି ମାଧ୍ୟମରେ ଠକେଇ ହେଇଥିବା ଜଣାପଡୁଛି I

Leave A Reply

Your email address will not be published.