ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

115

ନୂଆଦିଲ୍ଲୀ: ବାରାମୁଲ୍ଲା, ଜାମ୍ମୁ କାଶ୍ମୀରରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଆଜି ସକାଳେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ମଧ୍ୟରେ ମିଳିତ ଅପରେସନରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ଅପରେସନ ଚାଲିଛି। କାରଣ ଗୁପ୍ତଚର ଇନପୁଟ ମାଧ୍ୟମରେ ମିଳିଥିବା ସୂଚନାରୁ ଜଣାପଡିଛି ଯେ ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ସୂଚନା ପାଇବା ପରେ ସେପ୍ଟେମ୍ବର ୧୩-୧୪ ତାରିଖ ମଧ୍ୟରାତ୍ରିରେ ଚକ ଟପର କ୍ରିରି ଅଞ୍ଚଳରେ ଏକ ଅପରେସନ୍ କରାଯାଇଥିଲା। ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ରାତି ସାରା ଜାରି ରହିଥିଲା। ଅଧିକାରୀଙ୍କ ଅନୁଯାୟୀ ଆହୁରୀ ଦୁଇରୁ ତିନି ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି। ଆତଙ୍କବାଦୀଙ୍କୁ ମାରିବା ପାଇଁ ଅପରେସନ ଚାଲିଛି।

Comments are closed, but trackbacks and pingbacks are open.