ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ

60

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ବିଜେଡି ପ୍ରାର୍ଥୀ। ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ଦିନ ୧୧ ଟାରୁ ୩ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଅବଧୀ ରହିଥିଲା। ଅବଧି ସମୟ ସରିବା ପରେ ୩ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର।

ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେପି କି କଂଗ୍ରେସ କେହି ପ୍ରାର୍ଥୀ ଦେଇନଥିଲେ। ତେଣୁ ରିଟର୍ଣ୍ଣିଂ ଅଫିସର ତିନି ଜଣଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀଙ୍କୁ ଘୋଷଣା କରିଛନ୍ତି। ବିଜୟୀ ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରୁ ସାର୍ଟିଫିକେଟ ବି ଗ୍ରହଣ କରିଛନ୍ତି।

ବିଜୟୀ ପରେ ପ୍ରତିକ୍ରିୟା ଦେଇଛନ୍ତି ନବନିର୍ବାଚିତା ସାସଂଦ ସୁଲତା ଦେଓ। ସେ ଶ୍ରୀ ଜନଗନ୍ନାଥଙ୍କ ପାଖରୁ ଆଶୀର୍ବାଦ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଯେଉଁ ଦୂରଦୃଷ୍ଟି ରହିଛି ତା ଉପରେ କାମ କରିବୁ। ବିଶେଷକରି ମହିଳା ଶଶକ୍ତିକରଣ ଦିଗରେ କାମ କରିବେ ବୋଲି ସୁଲତା ଦେଓ କହିଛନ୍ତି।

ସେହିପରି ସସ୍ମିତ ପାତ୍ର ମଧ୍ୟ ବିଜୀୟ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟର ବିଭିନ୍ନ ବିଷୟରେ କାମ କରିବେ ବୋଲି ସେ କହିଛନ୍ତି। ସେ ମଧ୍ୟ ମହିଳା ଶଶକ୍ତିକରଣ ଦିଗରେ ଜୋର୍ ଦେଇ କାମ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସୁବବେଳେ କାମ କରିଆସିଛନ୍ତି। ତେଣୁ ଏହାକୁ ଗୁରୁତ୍ୱ ଦେବା ଆମ ପାଇଁ ବଡ଼ କାମ ରହିବ। ତା ସହ ଶିକ୍ଷା ଓ କୃଷି ଓ ସ୍ୱାସ୍ଥ୍ୟ ଦିଗକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସସ୍ମିତ ପାତ୍ର କହିଛନ୍ତି।

ଅନ୍ୟପଟେ ବିଜେଡିର ଗଣମାଧ୍ୟମ ପରାମର୍ଶଦାତା ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବା ପରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ମାନସ ମଙ୍ଗରାଜ। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ସମସ୍ୟାକୁ ସଦନରେ ଉଠାଇବେ ବୋଲି କହିଛନ୍ତି।

Comments are closed, but trackbacks and pingbacks are open.