ଶିକାରୀ ଙ୍କ ଗୁଳିମାଡ଼ ରେ ୩ ପୋଲିସ କର୍ମଚାରୀ ଶିକାର

31

ଶିକାରୀଙ୍କୁ ଧରିବାକୁ ଯାଇ ଶିକାର ହେଲେ ୩ ପୋଲିସ କର୍ମଚାରୀ I ମଧ୍ୟପ୍ରଦେଶର ଗୁନା ଜିଲା ଆରୋନା ଥାନା ଅଞ୍ଚଳ‌ରେ ବହୁଦିନରୁ ଚାଲି ଆସୁଥିଲା ଅବାଧ କୃଷ୍ଣସାର ମୃଗ ଶିକାର I ଭୋପାଳଠାରୁ ୧୬୦ କିମି ଦୂର ଆରୋନଠାରେ ଥିବା ଜଙ୍ଗଲରେ କେତେକ ଶିକାରୀ ୪ଟି ବିରଳ ପ୍ରଜାତି ମୃଗ ଶିକାର କରିଥିବା ଖବର ପାଇ ସ୍ଥାନୀୟ ଥାନାର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଶିକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ଉପରକୁ ଶିକାରୀମାନେ ଅତର୍କିତ ଗୁଳିଚାଳନା କରିବାରୁ ଘଟଣାସ୍ଥଳରେ ସହକାରୀ ଆରକ୍ଷୀ ନିରୀକ୍ଷକ ରାଜକୁମାର ଯାଦବ, ଦୁଇ କନଷ୍ଟେବଳ ନିଲେଶ ଭାର୍ଗବ ଓ ସନ୍ତରାମ ମୀନା ପ୍ରାଣ ହରାଇଥିଲେ। ସେହିପରି ଜଣେ ଶିକାରୀ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛି । ତାର ଅନ୍ୟ ୪ ଜଣ ସହଯୋଗୀ ଶିକାରୀ ମଧ୍ୟ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ପୋଲିସଙ୍କ ପରିବାର ପାଇଁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏଥିସହ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାମ ସିଂହ ଚୌହ୍ବାନ ଘୋଷଣା କରିଛନମତି Iଗୁଳି ଚଳାଇଥିବା ଶିକାରୀଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ଗୃହମନ୍ତ୍ରୀ କହିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେହିପରି ଘଟଣାସ୍ଥଳରେ ପହଂଚିବାରେ ବିଳମ୍ବ କରିଥିବାରୁ ଗ୍ୱାଲିୟର ପୋଲିସ ଆଇଜି ଅନିଲ ଶର୍ମାଙ୍କୁ ଦାୟିତ୍ୱରୁ ହଟାଯାଇଛି । ପୋଲିସ ଉପରକୁ ଗୁଳିମାଡ କରିଥିବା ଶିକାରୀଙ୍କ ଘରକୁ ବୁଲଡୋଜର ଲଗାଇ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି ।

Comments are closed, but trackbacks and pingbacks are open.