ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

32

ଜାମ୍ମୁ-କାଶ୍ମୀର ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ମଙ୍ଗଳବାର ଜମ୍ମୁ-କାଶ୍ମୀର କୁପୱାଡ଼ାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମାନେ ମୁହାଁମୁହିଁ ହୋଇଥିବା ବେଳେ କୁପଓ୍ୱାଡ଼ା ଓ ସୋପାରରେ ସୁରକ୍ଷାକର୍ମୀ ମାନେ ଜୋରଦାର ଗୁଳିବିନିମୟ କରିଛନ୍ତି । ଫଳରେ ଏହି ଗୁଳିବିନିମୟରେ କୁପଓ୍ୱାଡ଼ାରେ ୨ ଓ ସୋପାରରେ ଜଣେ ଆତଙ୍କବାଦୀ ନିହତ ହେରାଇଥିବା ଜଣାପଡ଼ିଛି । କୁପଓ୍ୱାଡ଼ାରେ ମୃତ ଦୁଇ ଆତଙ୍କବାଦୀ ଲସ୍କର-ଏ-ତୋଇବାର ହୋଇଥିବା ସୂଚନା ମିଳିଥିବା ବେଳେ ସୋପାରରେ ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି ।

ସୂଚନା ମୁତାବକ ସମ୍ପୃକ୍ତ ଦୁଇଟି ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଫଳରେ ଘଟଣାସ୍ଥଳରେ ପହଞ୍ଚିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେ କହିଛନ୍ତି ଯେ ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଜଡିତ ଅଛନ୍ତି। ଏହି ଅଞ୍ଚଳରେ ସେନା ଓ ପୋଲିସର ସର୍ଚ୍ଚ ଅପରେସନ ଚାଲିଛି।

Comments are closed, but trackbacks and pingbacks are open.