ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧନିମିତ ରହିବ ତ୍ରିରଙ୍ଗା

95

ନୂଆଦିଲ୍ଲୀ: ସୋମବାର ଦିନ ଭାରତ ସରକାର ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଫ୍ରାନ୍ସିସ୍ ସୋମବାର ମୃତ୍ୟୁବରଣ କରିଛନ୍ତି। ତାଙ୍କୁ 88 ବର୍ଷ ବୟସ ହୋଇଥିଲା। ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ପୋପ୍ ଫ୍ରାନ୍ସିସ୍ 21 ଏପ୍ରିଲରେ ଦେହାନ୍ତ କରିଛନ୍ତି। ତାଙ୍କ ସମ୍ମାନାର୍ଥେ ସମଗ୍ର ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ” ସେହି ଅନୁଯାୟୀ, ଏପ୍ରିଲ 22 (ମଙ୍ଗଳବାର) ଏବଂ ଏପ୍ରିଲ 23 (ବୁଧବାର) ରେ ଦୁଇ ଦିନ ରାଷ୍ଟ୍ରୀୟ ଶୋକ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଏହା ବ୍ୟତୀତ ଅନ୍ତିମ ସଂସ୍କାର ଦିନ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ହେବ। ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ଶୋକ ସମୟରେ ଜାତୀୟ ପତାକା ଭାରତର ସମସ୍ତ ଅଟ୍ଟାଳିକା ଉପରେ ଅର୍ଦ୍ଧନିମିତ ରହିବ। ଶୋକ ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ।

Comments are closed, but trackbacks and pingbacks are open.