ଡ୍ରାଇଭର ସଂଘ ନାଁରେ ୩ କେସ୍: ରାଜ୍ୟ ଗୁଇନ୍ଦା ବିଭାଗ ଓ କମିଶନରେଟ ପୁଲିସ ଦୋଷ ଲଦାଲଦି

34

ଓଡ଼ିଶା ଡ୍ରାଇଭର ମହାସଂଘ ର ସାରା ରାଜଧାନୀ ଉପରେ କବ୍ଜା I ଗତକାଲି ଡ୍ରାଇଭର ମହାସଂଘ ନିଜର ୧୧ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରକୁ ୮ଘଣ୍ଟା ଧରି କବଜା କରି ବିଭିନ୍ନ ସ୍ଥାନରେ ବାଉଁଶ ପୋତି ରାସ୍ତା ଅବରୋଧ କରିଥିଲେ ଏହା ସହିତ ରାଜଧାନୀ ର ପ୍ରମୁଖ ସ୍ଥାନ ମାନଙ୍କରେ ଭଙ୍ଗା ଭଙ୍ଗି କରି ନିଜର ମନମୁଖୀ କାରବାର କରିବା ସହ ଯାନ ବାହାନ ଚଳାଚଳ ରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି କରିଥିଲେ I ଏହା ଦ୍ୱାରା ସକାଳେ ପିଲାମାନଙ୍କୁ ସ୍କୁଲ ନେଇ ଯାଉଥିବା ଅଭିଭାବକ ଙ୍କ ସହିତ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ I ଡ୍ରାଇଭର ମହା ସଂଘ ର ରାଜଧାନୀ ପ୍ରବେଶ ନେଇ ପୂର୍ବରୁ କୌଣସି ନ ଥିଲା I ନିଜର ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭରମାନଙ୍କ ବିଶାଳ ଭିଡ଼ରୁ ସାଧାରଣ ଯାତ୍ରୀ, ରୋଗୀ, ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ଅଫିସ କର୍ମଚାରୀ କେହି ବି ନିସ୍ତାର ପାଇନଥିଲେ । ପ୍ରାୟ ୬ରୁ ୮ ଘଣ୍ଟା ଡ୍ରାଇଭରମାନଙ୍କ କବଜାରେ ରାଜଧାନୀ ଭୁବନେଶ୍ୱରର ଅନେକ ସମ୍ବେଦନଶୀଳ ଅଂଚଳ ରହିଥିଲେ ମଧ୍ୟ ପୁଲିସ କାହିଁକି ସେମାନଙ୍କୁ ନିୟନ୍ତ୍ରଣ କରିପାରିଲାନି ଓ ରାଜ୍ୟ ଗୁଇନ୍ଦା ବିଭାଗ ଏନେଇ ସତର୍କ କରିବା ସତ୍ତ୍ୱେ ବି କମିଶନରେଟ ପୁଲିସ କିଭଳି ଫେଲ୍ ହେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି ।

ତେବେ ଏସବୁ ମଧ୍ୟରେ ଗତକାଲିର ଅଚଳାବସ୍ଥା ପାଇଁ ଗୁଇନ୍ଦା ବିଭାଗକୁ ସୁଚିନ୍ତିତ ଢଙ୍ଗରେ କ୍ଲିନଚିଟ୍ ଦିଆଯାଇ କମିଶନରେଟ ପୁଲିସ ଉପରେ ଦୋଷ ଲଦିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ପୁଲିସ ଏସପି ଓ ଡିସିପିଙ୍କୁ ଏପ୍ରିଲ ୧୬ତାରିଖରେ ଗୁଇନ୍ଦା ବିଭାଗ ଦେଇଥିବା ଚିଠିକୁ ଗଣମାଧ୍ୟମରେ ଲିକ୍ କରାଯାଇଛି । ଆଉ ସରକାରଙ୍କ ଏଭଳି ଆଭିମୁଖ୍ୟର ଟେର୍ ପାଇବା ପରେ କମିଶନରେଟ ପୁଲିସ ଆଜି ଡ୍ରାଇଭର ମହାସଂଘ ନାଁରେ ୩ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୧୮ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ଡ୍ରାଇଭର ମହାସଂଘର ଡାକରାରେ ସମଗ୍ର ରାଜ୍ୟରୁ ପ୍ରାୟ ୭୦ରୁ ୮୦ହଜାର ଡ୍ରାଇଭର ଏକଜୁଟ ହୋଇଛନ୍ତି । ଯଦିଓ ରାଜ୍ୟ ଗୁଇନ୍ଦା ବିଭାଗ ପ୍ରାୟ ୪୦ହଜାର ଡ୍ରାଇଭର ରାଜ୍ୟର ବିଭିନ୍ନ ଭାଗରୁ ରାଜଧାନୀକୁ ଏପ୍ରିଲ ୧୭ତାରିଖ ରାତିରୁ ଆସି ପହଂଚିବେ ବୋଲି ୪୮ଘଣ୍ଟା ପୂର୍ବରୁ ଭୁବନେଶ୍ୱର ଡିସିପିଙ୍କ ସମେତ ସବୁ ଜିଲ୍ଲାର ଏସପିମାନଙ୍କୁ ଅବଗତ କରାଇଥିଲା । ପୂର୍ବରୁ ଏ ଭଳି ସୂଚନା ମିଳିଥିଲେ ମଧ୍ୟ କମିଶନରେଟ ପୁଲିସ କାହିଁକି ଡ୍ରାଇଭରମାନଙ୍କ ସମାବେଶକୁ ସୁବ୍ୟବସ୍ଥିତ କରିବା ପାଇଁ ତ୍ୱରିତ୍ ଟ୍ରାଫିକ୍ ପ୍ଲାନ୍ କଲାନି ଓ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକୁ ସେମାନଙ୍କ କବଜାରେ ରହିବାକୁ ଦେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ଏ ସମ୍ପର୍କ ରେ ଆଜି ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରତିକ୍ରିୟା ରେ କହିଛନ୍ତି ଗତକାଲି ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ଆନ୍ଦୋଳନବେଳେ ଭଙ୍ଗାରୁଜା ଘଟଣାର ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି, ଡ୍ରାଇଭର ଙ୍କ ଗଣ୍ଡଗୋଳ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ୩ଟି ମାମଲା ରୁଜୁ କରାଯାଇଛି I
ତେବେ ରାଜ୍ୟ ଗୁଇନ୍ଦା ବିଭାଗ ନିଜ ଉପରୁ ସମସ୍ତ ଦୋଷ ଛଡାଇ କମିଶନରେଟ ପୋଲିସ ଉପରକୁ ଦୋଷ ଲଦିବା ଉଦ୍ୟେଶ ରେ କହିଛି ଡ୍ରାଇଭରଙ୍କ ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସରକୌଣସି ପ୍ରସ୍ତୁତି ନ ଥିଲା ,କେବଳ ପିଏମଜି ଛକ ନିକଟରେ ଟେଣ୍ଟ ଭିତରେ କିଛି ପୋଲିସ ରହିଥିଲା ବୋଲି ଜଣାପଡ଼ିଛି । ଗତକାଲି ଚୁପ୍ ଥିବା କମିଶନରେଟ ପୁଲିସ କିନ୍ତୁ ଆଜି ତତ୍ପରତା ଦେଖାଇ ଓଡ଼ିଶା ଡ୍ରାଇଭର ମହାସଂଘ ବିରୁଦ୍ଧରେ ୩ଟି ମାମଲା ରୁଜୁ କରିଛି ।

ସୂଚନାନୁସIରେ ଗତକାଲି ଡ୍ରାଇଭର ମହାସଂଘ ୧୧ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭର। ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ,ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ, ୫୫ ବର୍ଷ ପରେ ପେନସନ ଦେବାକୁ ଦାବି, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହନିର୍ମାଣ,ଡ୍ରାଇଭରଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବା, ଗାଡି ଗୁଡିକୁ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର,ଶୌଚାଳୟର ବ୍ୟବସ୍ଥା, ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ଗାଡି ଚଳାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଉ ଆଦି ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଛନ୍ତି। ଅପରପକ୍ଷରେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି ଏବଂ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି। ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.