ଶର୍ମିଷ୍ଠାଙ୍କ ସମେତ ୩ ଅଭିଯୁକ୍ତ ଗଲେ ରିମାଣ୍ଡ ରେ

25

ରିମାଣ୍ଡ ରେ ଗଲେ ଶର୍ମିଷ୍ଠା ଓ ତାର ୩ ସହଯୋଗୀ I ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇ ଙ୍କୁ ଗତ କାଲି କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି I ଏହା ପରେ ଉଭୟ ଙ୍କୁ ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ରଖାଯାଇଥିଲା I ତେବେ ଆଜିଠାରୁ ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କ ଆଜିଠୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା , ନିରଞ୍ଜୀନ ସେଠୀ, ରଞ୍ଜନ ନାୟକଙ୍କର ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୫ଦିନିଆ ରିମାଣ୍ଡ ।
ଖବର ଅନୁଯାୟୀ, ସୋମବାର ଦିନ ଭଦ୍ରକର ନଲାଙ୍ଗରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଚାନ୍ଦବାଲି ଏସ.ଡି.ଜେ.ଏମ. କୋର୍ଟରେ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ହାଜର କରାଯାଇଥିଲା। ଶର୍ମିଷ୍ଠା ସହିତ ଏହି ମାମଲାରେ ଗିରଫ ହୋଇଥିବା ମୋଟ ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। କିନ୍ତୁ କେବଳ ୪ ଜଣଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏମାନେ ହେଲେ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ। ଏହି କ୍ରମରେ ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।
ତେବେ ଘଟଣା ଯାହା ସାମ୍ନା କୁ ଆସିଛି,ମୃତ ମାନସ ଙ୍କୁ ଏକ ମେମୋରୀ ଚିପ ପାଇଁ ହତ୍ୟା କରାଯାଇଥିଲା I ଏହି ମେମୋରୀ ଚିପ ରେ କଣ ଥିଲା ଅଳ୍ପ ବହୁତ ଲୋକ ଲୋଚନକୁ ଆସିଥିଲେ ମଧ୍ୟ ମାନସ ଙ୍କ ପରିବାର ଲୋକେ ମାନସ ଙ୍କ ହତ୍ୟା ପଛରେ ଦୁଇ ମନ୍ତ୍ରୀ ଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଥିଲେ I ଦେଖିବାକୁ ବାକି ରହିଲା ଏହି ଜଘନ୍ୟ ଅପରାଧ ସହିତ ଆଉ କାହା କାହା ର ସମ୍ପୃକ୍ତି ରହିଛି ଏବଂ ପ୍ରକୃତରେ ଏହି କ୍ୟାମେରା ଚିପ ରେ ଆଉ କଣ ସତ ଲୁଚି ରହିଥିଲା ତା ସହିତ କ୍ରାଇମବ୍ରାଞ୍ଚ ସେହି ସତ କାଢ଼ିବାରେ କେତେ ମାତ୍ରାରେ ସଫଳ ହେଉଛି I

Comments are closed, but trackbacks and pingbacks are open.