RBI କାର୍ଯ୍ୟାଳୟକୁ ବମ ଲଗାଇ ଉଡେଇଦେବାକୁ ଧମକ

1,422

ମୁମ୍ବାଇ; ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟକୁ ଏକ ଧମକପୁର୍ଣ୍ଣ ମେଲ ମିଳିଛି । ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ଯଦି ଇସ୍ତଫା ନଦିଅନ୍ତି ତେବେ RBI କର୍ଯ୍ୟାଳୟକୁ ବମ୍ ଲଗାଇ ଉଡାଇଦେବାକୁ ଧମକ ମିଳିଛି ।

ଆରବିଆଇ କାର୍ଯ୍ୟାଳୟ ବ୍ୟତୀତ HDFC ବ୍ୟାଙ୍କ, ICICI ବ୍ୟାଙ୍କ ସମେତ ୧୧ ଟି ସ୍ଥାନକୁ ବମ୍ ଲଗାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ମେଲ ମିଳିବା ପରେ ପୋଲିସ ସମସ୍ତ ଜାଗାକୁ ଖୋଜାଖୋଜି କରିଥିଲା, କିନ୍ତୁ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ | 

ଏମଆରଏ ମାର୍ଗ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି । କିଏ ଓ କେଉଁଠାରୁ ଏହି ମେଲଟି ଆସିଛି ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.