ପୁଣିଥରେ ଲରେନ୍ସ ବିଷ୍ନୋଇଙ୍କ ନାମରେ ସଲମାନଙ୍କୁ ଧମକ

165

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ଲରେନ୍ସ ବିଷ୍ନୋଇଙ୍କ ନାମରେ ଧମକ ଦିଆଯାଇଛି। ପୋଲିସ ସୂତ୍ର ଅନୁଯାୟୀ ମୁମ୍ବାଇ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କକ୍ଷର ହ୍ଵାଟସ୍ ଆପ୍ ନମ୍ବରରେ ଲରେନ୍ସ ବିଷ୍ନୋଇଙ୍କ ନାମରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ପଠାଯାଇଥିବା ବାର୍ତ୍ତାରେ କୁହାଯାଇଛି ଯେ, “ମୁଁ ଲରେନ୍ସ ବିଷ୍ନୋଇଙ୍କ ଭାଇ କହୁଛି ଏବଂ ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି, ତେବେ ସେ ଆମ (ବିଷ୍ନୋଇ ସମ୍ପ୍ରଦାୟ) ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ। ଯଦି ଏହା ନକରନ୍ତି, ଆମେ ହତ୍ୟା କରିବୁ, ଆମର ଗ୍ୟାଙ୍ଗ ଏବେବି ସକ୍ରିୟ ଅଛି।” ପୋଲିସ ସୂତ୍ର ଅନୁଯାୟୀ, ଗତକାଲି ରାତିରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଛି। ମଧ୍ୟରାତ୍ରିରେ ଟ୍ରାଫିକ ନିୟନ୍ତ୍ରଣ କକ୍ଷରେ କାର୍ଯ୍ୟ କରୁଥିବା ଅଧିକାରୀ ଏହି ବାର୍ତ୍ତା ଦେଖିଥିଲେ। ପୋଲିସ ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ଖୋଜୁଛି, କିଏ ଏହି ବାର୍ତ୍ତା ପଠାଇଛି?

Comments are closed, but trackbacks and pingbacks are open.