କଂଗ୍ରେସରୁ ଇସ୍ତଫା ଦେଲେ ଥୋରାଟ୍

18

ପଦାରେ ପଡୁଛି କଂଗ୍ରେସର ଦଳୀୟ କନ୍ଦଳ ! ଥୋରାଟ୍ ନାନା ସାହେବ ମୁହାଁମୁହିଁ ! କଂଗ୍ରେସରୁ ଇସ୍ତଫା ଦେଲେ ଥୋରାଟ୍ । ପଦ୍ମ ଧରିବେ କି ଥୋରାଟ୍ ? () ଥୋରାଟ୍‌୍‌୍‌ଙ୍କୁ ଦଳରେ ଅଣଦେଖା ! ହାତ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ । ଦିନ କୁ ଦିନ କଂଗ୍ରେସ ସ୍ଥିତି ଦହନୀୟ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ୍ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସେ ଏନେଇ ଦଳର ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡଗେଙ୍କୁ ଚିଠି ଲେଖି ଜଣାଥିଲେ । ତେବେ ଏହାକୁ ନେଇ ଥୋରାଟ୍‌ଙ୍କ ସହଯୋଗୀ ଗଣମାଧ୍ୟମକୁ କହିଛନ୍ତି ଯେ , ସେ ଏନେଇ ଖଡଗେଙ୍କୁ ଚିଠି ଲେଖିଛନ୍ତି , ତାଙ୍କୁ ଅପମାନିତ କରାଯାଇଛି ଓ ତାଙ୍କୁ ନେଇ ଘୃଣ୍ୟ ଷଡଯନ୍ତ୍ର କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି , ସେ ନାନା ସାହେବଙ୍କ ସହିତ କାମ କରପାରିବେନି । ମହାରାଷ୍ଟ୍ରରେ ଦଳୀୟ ନିଷ୍ପତ୍ତି ରେ ମଧ୍ୟ ତାଙ୍କୁ ସାମିଲ କରାଯାଉନାହିଁ ବୋଲି ଥୋରାଟ୍ କହିଛନ୍ତି । ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ବାପାଙ୍କୁ ଟିକେଟ ଦେବା ପରେ ସତ୍ୟଜିତ ତାମ୍ବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେ ନାସିକ ଶିକ୍ଷକ ନିର୍ବାଚନ ମଣ୍ଡଳୀରେ ଏମଭିଏ ପ୍ରାର୍ଥୀ ଶୁଭାଙ୍ଗୀ ପାଟିଲଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ ।

ଏହି ପ୍ରସଙ୍ଗରେ ବାଲାସାହେବ ଥୋରାଟ୍‌ଙ୍କ ନିରବତା ତାମ୍ବେ ବାପ-ପୁଅ ଯୋଡ଼ିକୁ ନିରବ ସମର୍ଥନ ଭାବେ ବିବେଚନା କରାଯାଉଥିଲା । ସତ୍ୟଜିତ ଅଭିଯୋଗ କରିଛନ୍ତି ଯେ ନାନା ପଟୋଲେ କିଛି କଂଗ୍ରେସ ନେତାଙ୍କ ସହ ଜାଣିଶୁଣି ତାଙ୍କୁ ଭୁଲ ଫର୍ମ ପଠାଇଥିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ କହିଛନ୍ତି ଯେ ନାନା ପଟୋଲେ ଥୋରାଟଙ୍କୁ ଟାର୍ଗେଟ କରୁଛନ୍ତି ଏବଂ କହିଛନ୍ତି ଯେ ଦଳର କିଛି ଲୋକ ଏପରି କାର୍ଯ୍ୟ କରନ୍ତି ଯେପରି ସେମାନଙ୍କର ସମସ୍ତ ସ୍ୱାଧୀନତା ଅଛି ଏବଂ ଏହାକୁ ଅନୁମତି ଦିଆଯାଇ ପାରିବ ନାହିଁ । ତେବେ ଆଗାମୀ ଦନରେ ଦେଖିବାକୁ ବାକି ରହିଲା କଂଗ୍ରେସର ଦଳୀୟ କନ୍ଦଳ କେତେ ଭାରି ପଡୁଛି ୨୪ ଉପରେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.