ଚଳିତ ବର୍ଷ ଖରା କମ,ବର୍ଷା ଅଧିକ ହେବ

12

ଚଳିତ ବର୍ଷ ଗ୍ରୀଷ୍ମ ଋତୁ ରେ ଖରା କମ ହେବ I ଏପ୍ରିଲରେ ଲା ନିନାର ପ୍ରଭାବ ଯୋଗୁ ବର୍ଷା ସମ୍ଭାବନା ରହୁଛି ଓ ଗରମ କମିବ । ଫେବୃଆରୀ ମଧ୍ୟଭାଗ ସୁଦ୍ଧା ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ ରହିଥିବାରୁ ‘ଲା ନିନା’ର ପ୍ରଭାବ ଥିଲା। ଏହି ଅବସ୍ଥା ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ରହିବ। ମେ’ରୁ ଅଗଷ୍ଟ ମଧ୍ୟରେ ତାପମାତ୍ରା ବଢ଼ିଲେ ବି ‘ଏଲ ନିନୋ’ ପ୍ରଭାବରେ ସେତେ ପ୍ରଭାବୀ ହୋଇ ନପାରେ। ସାଧରଣତଃ ‘ଲା ନିନା’ ସମୟରେ ଦେଶରେ ଅଧିକ ବର୍ଷା ହୋଇଥାଏ। ତେବେ ସ୍ଥଳ ବିଶେଷରେ ‘ଏଲ ନିନୋ’ ପ୍ରଭାବ ଥିବା ସମୟରେ ଅଧିକ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ହ୍ରାସ ପାଇଥାଏ।ମେ ମାସରୁ ଅଗଷ୍ଟ ଭିତରେ ନିଉଟ୍ରାଲ୍‌ ଏଲ୍‌ ନିନା ସାଉଥର୍ଣ୍ଣ ଓସିଲେସନ୍‌ର ପ୍ରଭାବ ଯୋଗୁ ବର୍ଷା ହେବ ଓ ତାପମାତ୍ରା କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ସେହିଭଳି ଏପ୍ରିଲରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା କମ୍‌ ହେବାର ସମ୍ଭାବନା ୪୦% । ମେ ଓ ଜୁନ୍‌ରେ ଅଧିକ ବର୍ଷା ସମ୍ଭାବନା ରହିଛି । ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହୋଇପାରେ । ତେଣୁ ମେ’ ରୁ ଜୁଲାଇ ତାପମାତ୍ରା କମ ରହିବାର ସମ୍ଭାବନା ପ୍ରାୟ ୪୦ରୁ ୬୦% ରହିଛି। ଅନ୍ୟପଟେ ଏପ୍ରିଲରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା କମିବାର ସମ୍ଭାବନା ପ୍ରାୟ ୪୦ପ୍ରତିଶତ। ମେ ଓ ଜୁନରେ ଅଧିକ ବର୍ଷାର ସମ୍ଭାବନା ଥିବାବେଳେ ଜୁଲାଇରେ ବର୍ଷା ସ୍ୱାଭାବିକ ହୋଇପାରେ। ଉଭୟ ତାପମାତ୍ରା ଓ ବର୍ଷାର ଆକଳନକୁ ବିଚାର କଲେ ଜୁନରେ ଅଧିକ ବର୍ଷା ଓ କମ ତାପମାତ୍ରା ରହିବ, ଅର୍ଥାତ ଜୁନରେ ମୌସୁମିର ଗତି ସ୍ୱାଭାବିକ ରହିବ। ମେ’ରେ ଗରମ କମିବା ସହିତ ମଝିରେ ମଝିରେ ବର୍ଷା ହେବ। ଆସନ୍ତା ଏପ୍ରିଲ ମଧ୍ୟଭାଗ ସୁଦ୍ଧା ଏ ସମ୍ପର୍କରେ ଆକଳନ ଅଧିକ ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.