ଚଳିତ ବର୍ଷ ପ୍ରମୋଦ ଭଗତ ଙ୍କ ସମେତ ୧୧ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର

0 243

ଚଳିତ ବର୍ଷ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଗୋଲଡେନ ବୟ ପାରା ଅଲମ୍ପିଆଡ ପ୍ରମୋଦ ଭାଗବତ ଙ୍କ ସମେତ ୧୧ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରାଯାଇଛି । ଏଥି ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ୍‌ ବିଜେତା ନୀରଜ ଚୋପ୍ରା, ସିଲ୍‌ଭର୍‌ ମେଡାଲ୍‌ ଆଣିଥିବା ରବି ଦହିଆଙ୍କ ନାମ ରହିଛି । ଏହାଛଡ଼ା ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, କ୍ରିକେଟର ମିତାଲି ରାଜ ଙ୍କ ନାମ ସହିତ ଅବନି ଲେଖରାଙ୍କ ନାମ ମଧ୍ୟ ସୁପାରିଶ କରାଯାଇଛି । ଶିଖର ଧୱନ, ଶରଦ କୁମାର, ସୁହାସ ଅଲ୍‌ୱାଇ ଆଦି କ୍ରୀଡ଼ାବିତ୍‌ଙ୍କ ନାମ ଅର୍ଜୁନ୍‌ ଆୱାର୍ଡ ପାଇଁ ସୁପାରିଶ କରାଯାଇଛି ।

ସେହିପରି ଚଳିତ ବର୍ଷ ୩୫ ଜଣ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ଏମାନଙ୍କ ନାଁ କ୍ରୀଡ଼ା ମନ୍ତ୍ରାଳୟକୁ ପଠାଇ ଦେଇଛି।

୧. ନୀରଜ ଚୋପ୍ରା (ଆଥଲେଟିକ୍ସ)

୨. ରବି ଦହିୟା (କୁସ୍ତି)

୩. ପିଆର୍‌ ଶ୍ରୀଜେଶ (ହକି)

୪. ଲଭଲିନା ବୋର୍ଗୋହେନ୍ (ବକ୍ସିଂ)

୫. ସୁନୀଲ ଛେତ୍ରୀ (ଫୁଟବଲ୍)

୬. ମିତାଲି ରାଜ (କ୍ରିକେଟ୍)

୭. ପ୍ରମୋଦ ଭଗତ (ବ୍ୟାଡମିଣ୍ଟନ୍)

୮. ସୁମିତ ଆଣ୍ଟିଲ (ଆଥଲେଟିକ୍ସ)

୯. ଅବନୀ ଲେଖରା (ଶୁଟିଂ)

୧୦. କୃଷ୍ଣ ନାଗର (ବ୍ୟାଡମିଣ୍ଟନ୍)

୧୧. ମନୀଷ ନରୱାଲ (ଶୁଟିଂ)

ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ ନାମ:

୧. ଯୋଗେଶ କାଥୁରିଆ

୨• ନିଶାଦ କୁମାର

୩• ପ୍ରବୀଣ କୁମାର

୪• ଶରଦ କୁମାର

୫• ସୁହାସ୍ ଏଲ୍‌ୱାଇ

୬• ସିଂରାଜ ଆଦାନା

୭• ଭବୀନା ପଟେଲ

୮• ହରବିନ୍ଦର ସିଂ

୯• ଶିଖର ଧାୱନ

୧୦• ପୁରୁଷ ହକି ଦଳର ସମସ୍ତ ଖେଳାଳି

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ବଦଳାଇ ଦିଆଯାଇଥିଲା। ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଥିବା ବେଳେ ଏବେ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଥିଲା।

Leave A Reply

Your email address will not be published.