ଏଥର ଶୀତ ଦିନ ଅବଧି ପୂର୍ବାପେକ୍ଷା ଆହୁରି ହ୍ରାସ ପାଇବ

28

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ଭାଗରୁ ମୌସୁମୀ ବିଦାୟ ନେଇ ସାରିଲାଣି । ଅଲ୍ ନିନୋ ପ୍ରଭାବ ସତ୍ତ୍ୱେ ଚଳିତ ବର୍ଷ ୯୪ ପ୍ରତିଶତ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ସାଧାରଣତଃ ଅଲ୍ ନିନୋ କାରଣରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଥାଏ । କିନ୍ତୁ ଏଥର ୬ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ଏହି ଅଲ୍ ନିନୋର ପ୍ରଭାବ ଏବେ ଶେଷ ହେବାର ନାହିଁ । ଏହି କାରଣରୁ ଏଥର ଶୀତ ଦିନ ଅବଧି ପୂର୍ବାପେକ୍ଷା ଆହୁରି ହ୍ରାସ ପାଇବ ବୋଲି ମୌସୁମୀ ବିଭାଗ କହିଛି ।

ମୌସୁମୀ ବିଭାଗ ମହାନିର୍ଦ୍ଦେଶକ ଡା. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏଥର ଅଲ ନିନୋର ପ୍ରଭାବ କମ୍ ରହିଛି । ଏହି ଅଲ୍ ନିନୋ ପ୍ରଭାବରୁ ୧୦ରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଥାଏ ଓ ମରୁଡି ପଡିଥାଏ । କିନ୍ତୁ ଏଥର ଏପରି ଗମ୍ଭୀର ସ୍ଥିତି ସୃଷ୍ଟି ହୋଇନାହିଁ । ଏହାପଛରେ ୩ ଗୋଟି ମୌସୁମୀ ଜନିତ ଘଟଣା ରହିଛି ।

ମୌସୁମୀ ବିଭାଗ କହିଛି ଏ ବର୍ଷ ୩୦ ସେପ୍ଟେମ୍ବର ସୁଦ୍ଧା ୮୨୦ ମିମି ବର୍ଷା ରେକର୍ଡ କରାଯାଇଛି । ମଧ୍ୟ ଭାରତରେ ସ୍ୱଭାବିକ ବର୍ଷା ହୋଇଛି । ସେହିପରି ପୂର୍ବ ଓ ପୂର୍ବୋତ୍ତର କ୍ଷେତ୍ରରେ ତୁଳନାତ୍ମକ ଭାବରେ କମ୍ ବର୍ଷା ହୋଇଛି । ଏହି କ୍ଷେତ୍ରରେ ୧୮ ପ୍ରତିଶତ କମ୍ ବର୍ଷା ହୋଇଛି । ଉତ୍ତର ପଶ୍ଚିମରେ ସ୍ୱଭାବିକ ଠାରୁ ୧ ପ୍ରତିଶତ ଅଧିକ ଓ ଦକ୍ଷିଣ ଭାରତରେ ୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।

Comments are closed, but trackbacks and pingbacks are open.