ଏଥର ବଜେଟରେ ଲୋକଙ୍କ ଆଶା ହେବ ପୂରଣ !

24

ଆସନ୍ତାକାଲି ଆସିବ ସାଧାରଣ ବଜେଟ । ଆଜିଠାରୁ ବିସିଛି ବଜେଟ୍ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ବଜେଟ୍ ଅଧିବେଶନକୁ ଦ୍ରୌପଦୀ ମୁର୍ମୁ ପ୍ରଥମଥର ପାଇଁ ସମ୍ବୋଧନ କରୁଛନ୍ତି ।

ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ପହଞ୍ଚି ଛନ୍ତି । ସେ କହିଛନ୍ତି , ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଛି । ଅର୍ଥ ବୟବସ୍ଥାକୁ ନେଇ ସକରାତ୍ମକ ସନ୍ଦେଶ ମିଳୁଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶ ପାଇଁ ଗୌରବର ମୁହୂର୍ତ୍ତ । ଆଜି ନାରୀଙ୍କୁ ସମ୍ମାନ ଓ ଆଦିବାସୀଙ୍କୁ ସମ୍ମାନ କରିବାର ଦିନ । ରାଷ୍ଟ୍ରପତି ଭାବେ ପ୍ରଥମ ଅଭିଭାଷଣ ରଖିବେ ଦ୍ରୌପଦୀ ମୁର୍ମୁ । ବଜେଟରେ ଲୋକଙ୍କ ଆଶା ପୂରଣ ହେବ । ଖାଲି ସେତିକି ନୁହେଁ ଦେଶର ବଜେଟ ଉପରେ ବିଶ୍ୱର ନଜର ରହିଛି ।

ଆସନ୍ତାକାଲି ଅର୍ଥାତ ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ବର୍ଷ ପାଇଁ ସାଧରଣ ବଜେଟ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ।

Comments are closed, but trackbacks and pingbacks are open.