ଏଥର ବଜେଟ ରେ ସ୍ମାର୍ଟ ଫୋନ ଓ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ହେବ ଶସ୍ତା

14

୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । କରୋନା ମହାମାରୀ ଯୋଗୁଁ ଦରଦାମ୍ ବୃଦ୍ଧି ଓ ଦୁର୍ବଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ୍ ଉପସ୍ଥାପନ କରିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ ପରେ କିଛି ସାମଗ୍ରୀର ଦାମ କମ ହୋଇଛି । ଏହି ଲିଷ୍ଟରେ ମୋବାଇଲ ଫୋନ ରହିଛି । ଯାହାକୁ ଦେଶର ଲୋକମାନେ ଅଧିକ ବ୍ୟବହାର କରିଥାନ୍ତି । ସରକାର ବଜେଟରେ ଇଲୋକ୍ଟ୍ରନିକ୍ସ ସେକ୍ଟରକୁ ଆତ୍ମନିର୍ଭର କରିବା ଉପରେ ଜୋର ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ମୋବାଇଲ ଚାର୍ଜର, ମୋବାଇଲ ଫୋନ କ୍ୟାମେରା ଲେନ୍ସ, ଟ୍ରାନ୍ସଫର୍ମର ସମେତ ଅନେକ ସାମଗ୍ରୀର ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବାକୁ ଏହା ଉପରେ ଡ୍ୟୁଟି କନସେସନ କରାଯାଇଛି । ଅର୍ଥାତ ମୋବାଇଲ ଓ ମୋବାଇଲ ଫୋନ ଚାର୍ଜର ଏହି ବଜେଟ ପରେ ଶସ୍ତା ହୋଇଯିବ । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ।

Leave A Reply

Your email address will not be published.