ଘରୋଇ କଳହ ଅଶାନ୍ତି କୁ ଦୂରେଇବା ପାଇଁ କରନ୍ତୁ ଏହି ଉପାୟ

0 24

ଅନେକ ପରିବାରେ ନିୟମିତ ଭାବରେ ଝଗଡା ଅଶାନ୍ତି ଲାଗି ରହିଥାଏ I ବୁଝାମଣା ଅଭାବ ରୁ ଘରୋଇ କଳହ ର ସୂତ୍ରପାତ ଆରମ୍ଭ ହୋଇଥାଏ I ମାନ୍ୟତା ଅନୁସାରେ ଯେଉଁ ଘରେ ସର୍ବଦା ଝଗଡା ଝାଟି ଅଶାନ୍ତି ର ବାତାବରଣ ଥାଏ ,ସେଠାରୁ ଧନ ଶାନ୍ତି ,ମୈତ୍ରୀ ର ଦେବୀ ଲକ୍ଷ୍ମୀ ପଳାୟନ କରନ୍ତି I ଏଭଳି ପରିସ୍ଥିତିରେ, ପରିବାର ସଦସ୍ୟ ଯେତେ ରୋଜଗାର କଲେ ମଧ୍ୟ ଘରେ ଅଭାବ ଲାଗି ରହିଥାଏ I ଏହା ସହିତ ପରିବାର ସଦସ୍ୟଙ୍କ ମାନସିକ ସ୍ଥିତି ମଧ୍ୟ ଅଭଲ ରହି ନ ଥାଏ I ତେବେ ଘରର ଏହି ଦୂଷିତ ପରିବେଶକୁ ସକାରାତ୍ମକ କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ରହିଛି I ସେଥି ମଧ୍ୟରୁ କରନ୍ତୁ ଏହି ପ୍ରଭାବଶାଳୀ ଉପାୟ ,

ସୈନ୍ଧବ ଲବଣ କିମ୍ବା ସାଧାରଣ ଲୁଣ ନେଇ ଶୋଇବା ଘର ସହିତ ଅନ୍ୟ କୋଠରୀ ମାନଙ୍କରେ କୌଣସି କୋଣରେ ରଖିଦିଅନ୍ତୁ I ଏହାକୁ ଦୁଇ ପକ୍ଷ ବା ଏକ ମାସ ପରେ ପରିବର୍ତ୍ତନ କରି ଆଉ ଥରେ ରଖନ୍ତୁ I ଲୁଣର ଏହି ପ୍ରତିକାର ସହିତ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ଧୀରେ ଧୀରେ ଶେଷ ହୋଇ ଝଗଡା ଅଶାନ୍ତି ସମାପ୍ତ ହୋଇଥାଏ ଏବଂ ଏହା ସହିତ, ଦାମ୍ପତ୍ୟ ଜୀବନ ବହୁତ ଆନନ୍ଦଦାୟକ ହୋଇଥାଏ I

ଲୁଣ ଖାଇବାରେ କିଛି ନିୟମ ରହିଛି I ଭୁଲ ରେ ମଧ୍ୟ ଶତ୍ରୁ କିମ୍ବା ଦୁରାଚାରୀ ବ୍ୟକ୍ତି ଙ୍କ ଘରର ଲୁଣ ଖାଆନ୍ତୁ ନାହିଁ ସେ ଯେତେବଡ଼ ପ୍ରତିପତ୍ତିଶାଳୀ ବ୍ୟକ୍ତି ହେଇଥାଉ ନା କାହିଁକି I ଏହାକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା ଆପଣଙ୍କୁ ମନ୍ଦ ଶକ୍ତିର ସାମ୍ନା ପଡି ନ ଥାଏ I

ଯଦି ଘରେ ବାସ୍ତୁ ଜନିତ ତ୍ରୁଟି ଥାଏ, ଏହାକୁ ହଟାଇବା ପାଇଁ ଏକ ପାତ୍ରରେ ଲୁଣ ଭର୍ତ୍ତି କରି ବାଥରୁମରେ ରଖନ୍ତୁ I ଏକ ମାସ ପରେ ଏହାକୁ ପରିବର୍ତ୍ତନ କରନ୍ତୁ I ଏହା ବ୍ୟତୀତ ପାଣିରେ ଲୁଣ ମିଶାଇ ଗୁରୁବାର ବ୍ୟତୀତ ସମସ୍ତ ଦିନ ଘରେ ପୋଛି ଦିଅନ୍ତୁ I

ଯଦି ଘରର ସଦସ୍ୟମାନେ ନିୟମିତ ଅସୁସ୍ଥ ରହୁଛନ୍ତି , ଏଥିରୁ ମୁକ୍ତି ପାଇବା ପାଇଁ, ଶୋଇବା ଘରର ମୁଣ୍ଡ ପଟେ ଏକ କାଚ ପାତ୍ରରେ ଲୁଣ ରଖନ୍ତୁ I ଗୋଟିଏ ସପ୍ତାହ ପରେ ଏହାକୁ ପରିବର୍ତ୍ତନ କରନ୍ତୁ I ଏହା କରିବା ଦ୍ୱାରା ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଗତିରେ ଉନ୍ନତି ହୋଇଥାଏ I ଲୁଣର ଏହି ପ୍ରତିକାର ଚିନ୍ତା,ବା ଡିପ୍ରେସନ ଏବଂ ମାନସିକ ଅସ୍ଥିରତା ପାଇଁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ I

Leave A Reply

Your email address will not be published.