ବଜରଙ୍ଗବାଲି ଙ୍କୁ ସନ୍ତୁଷ୍ଟ କରିବାକୁ କରନ୍ତୁ ଏହି ଉପାୟ, ଦୂର ହେବ ସମସ୍ତ କଷ୍ଟ

22

ମଙ୍ଗଳବାର କୁ ପ୍ରଭୁ ହନୁମାନ ଙ୍କର ଦିନ ଭାବେକୁହାଯାଏ I ବିଶ୍ୱାସ କରାଯାଏ ଯେ ପ୍ରଭୁ ହନୁମାନ ଯାହାଙ୍କ ଉପରେ ସନ୍ତୁଷ୍ଟ, ତାଙ୍କ ଜୀବନ ରୁ ସମସ୍ତ ଦୁଃଖ କଷ୍ଟ ରୋଗ ଶୋକ ନାଶ ହୋଇଥାଏ I ବଜରଙ୍ଗ ବାଲିକୁ ଖୁସି କରିବା ପାଇଁ ଅନେକ ଉପାୟ ଅଛି I ଆସନ୍ତୁ ଜାଣିବା କେଉଁ ପ୍ରକାରର ପ୍ରସାଦ ହନୁମାନ ଜୀ ପସନ୍ଦ କରନ୍ତି I

ବଜରଙ୍ଗ ବାଲି କାହିଁକି ନାଲି ରଙ୍ଗ ପସନ୍ଦ କରନ୍ତି
ଯଦି ଆପଣ ହନୁମାନ ଜି ଙ୍କର ଉପାସକ ହୋଇଥାନ୍ତି ,ତେବେ ପ୍ରଭୁ ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଙ୍ଗଳବାର ଦିନ ଆପଣ ନାଲି ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ I ବଜରଙ୍ଗ ବାଲି ନାଲି କିମ୍ବା କମଳା ରଙ୍ଗକୁ ବହୁତ ପସନ୍ଦ କରନ୍ତି I ତାଙ୍କର ଏହି ପସନ୍ଦ ପଛରେ ଏକ ପ୍ରସିଦ୍ଧ କାହାଣୀ ଅଛି I ଶାସ୍ତ୍ର ଅନୁଯାୟୀ, ହନୁମାନ ଜୀ ଥରେ ମାତା ସୀତାଙ୍କୁ ସିନ୍ଦୁର କାହିଁକି ପିନ୍ଧାଯାଏ ବୋଲି କାରଣ ପଚାରିଥିଲେ। ଏହା ଉପରେ ମାତା ସୀତା ତାଙ୍କୁ କହିଥିଲେ ଯେ ଏହି ରଙ୍ଗ ଭଗବାନ ଶ୍ରୀ ରାମଙ୍କୁ ବହୁତ ପସନ୍ଦ I ସେଥିପାଇଁ ସେ ଏହାକୁ କପାଳରେ ପିନ୍ଧନ୍ତି I

ଭଗବାନ ଶ୍ରୀ ରାମ ହନୁମାନ ଜୀଙ୍କୁ ଆଶୀର୍ବାଦ କଲେ
ମାତା ସୀତାଙ୍କଠାରୁ ଏହା ଶୁଣିବା ପରେ ଏହାପରେ ହନୁମାନ ଜୀ ତେଲ ବୋଳି ହୋଇ ସିନ୍ଦୁର ଉପରେ ଗଡିଯାଇ ଶ୍ରୀରାମ ଙ୍କ ଦରବାର ରେ ପହଁଚିଯାଇଥିଲେ I ପ୍ରଭୁ ଶ୍ରୀ ରାମ ଏହା କୁ ଦେଖି ହସି ପକାଇଥିଲେ ଏବଂ ହନୁମାନ ଜୀ ଭକ୍ତି ରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କଲେ ଯେ ଆଜିଠାରୁ ମୋର ପ୍ରିୟ ଭକ୍ତ ହନୁମାନ ଏହି ରଙ୍ଗ ଦ୍ୱାରା ଚିହ୍ନିତ ହେବେ ଇସେହିଦିନ ଠାରୁ ବିଶ୍ୱାସ ରହିଛି ଯେ ମଙ୍ଗଳବାର ଦିନ କମଳା କିମ୍ବା ଲାଲ ରଙ୍ଗର ପୋଷାକ ପିନ୍ଧି ହନୁମାନ ଜୀ ଙ୍କୁ ଉପାସନା କଲେ ଶୁଭଫଳ ମିଳିଥାଏ ଇ

ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ
ଯଦି ଆପଣ ଋଣ ଭାରରେ ବୁଡି ରହିଛନ୍ତି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ପୂର୍ବ କିମ୍ବା ଦକ୍ଷିଣ କୁ ମୁହଁ କରି ଘିଅ ର ଦ୍ବୀପ ଟିଏ ଜାଳି ହନୁମାନ ଚାଳିଶା ପାଠ କରନ୍ତୁ I ଏହାଦ୍ୱାରା ଆର୍ଥିକ ସମୃଦ୍ଧି ବଢିବା ସହିତ ପ୍ରଭୁ ହନୁମାନ ଘରର ଆର୍ଥିକ ସମସ୍ୟା ମଧ୍ୟ ଦୂର କରନ୍ତି I ମଙ୍ଗଳବାର ଦିନ ଆପଣ ହନୁମାନ ମନ୍ଦିରକୁ ଯାଇ ନଡ଼ିଆରେ ନାଲି ବସ୍ତ୍ର ଗୁଡ଼ାଇ ଦାନ କରନ୍ତୁ I ଋଣ ଯନ୍ତ୍ରଣା ମାନସିକ ଯନ୍ତ୍ରଣା ରୁ ମୁକ୍ତି ପାଇପାରିବେ I

ମଙ୍ଗଳ ଦୋଷ ଦୂର ପାଇଁ
ଯଦି ଆପଣ ମଙ୍ଗଳ ଗ୍ରହ ଜନିତ କଷ୍ଟ ପାଉଥାନ୍ତି ,ତେବେ ଆପଣ ମଙ୍ଗଳବାର ହନୁମାନ ମନ୍ଦିର ଯାଇ ହନୁମାନ ଚାଳିଶ ପାଠ କରନ୍ତୁ I ଏହାବାଦ ହନୁମାନ ଜୀ ଙ୍କୁ ଚଣା ଓ ଗୁଡ଼ ପ୍ରସାଦ ରୂପେ ଚଢାନ୍ତୁ I ମଙ୍ଗଳ ବାର ଦିନ ଆପଣ ବୁନଦୀ ଲଡୁ ପ୍ରସାଦ ରୂପେ ଲଗାଇ ଛୋଟ ପିଲା କିମ୍ବା ଅନାଥ ଙ୍କୁ ଦାନ କରିଦିଅନ୍ତୁ I ଏହାବାଦ ଆପଣ କୌଣସି ମଙ୍ଗଳବାର ଅଥବା ଶନିବାର ରେ ବର ପାତ୍ରରେ ଚନ୍ଦନ ରେ ଶ୍ରୀରାମ ଲେଖି ଗୋଟିଏ ମାଳ କରନ୍ତୁ ଏବଂ ଏହାକୁ ନେଇ ପ୍ରଭୁ ହନୁମାନ ଙ୍କ ଉପରେ ଚଢାନ୍ତୁ ,ଆର୍ଥିକ ବୋଝ ଏବଂ ଶରୀର ଯନ୍ତ୍ରଣା ରୁ ମୁକ୍ତି ମିଳିବ I

ଏହାବାଦ ମଙ୍ଗଳବାର ଦିନ ବଜ୍ରାଙ୍ଗ ବାଲି ଙ୍କୁ କମଳା ରଙ୍ଗ ର ସିନ୍ଦୁର ଘିଅ ସହିତ ମିଶାଇ ଲଗାନ୍ତୁ I
ଯଦି ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଉଥାନ୍ତି ତେବେ ମନ୍ଦିରରେ ରାମ ନାମ ଜପ କରନ୍ତୁ I ,
ଯଦି ସମ୍ଭବ, ମଙ୍ଗଳବାର ଦିନ ଉପବାସ ରଖନ୍ତୁ ଏବଂ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ I ,
ଯଦି ଆପଣ ହନୁମାନ ଜୀଙ୍କୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି, ତେବେ ମଙ୍ଗଳବାର ଦିନ ହନୁମାନ ଜୀଙ୍କୁ କମଳା ରଙ୍ଗର ଚୋଲା ପ୍ରଦାନ କରନ୍ତୁ, ଏହା ବ୍ୟତୀତ ମଙ୍ଗଳବାର ଦିନ ସୁନ୍ଦରକାନ୍ଦ ପାଠ କରନ୍ତୁ I

Comments are closed, but trackbacks and pingbacks are open.