ବୁଧବାର ଦିନ ଗଣପତିଙ୍କୁ ଖୁସି କରିବା କରନ୍ତୁ ଏହି ଉତ୍ତମ ଉପାୟ, ପୂଜା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନ ଦିଅନ୍ତୁ

36

ସମସ୍ତ ଶୁଭ କର୍ମ ଆରମ୍ଭ ପୂର୍ବରୁ ଅଗ୍ରପୂଜ୍ୟ ଗଣେଶ ଙ୍କୁ ଆରାଧନା କରାଯାଇଥାଏ I ବୁଧବାର ଦିନଟି ଭଗବାନ ଗଣେଶଙ୍କ ବାର I ଏହିଦିନ ଗଣେଶ ଙ୍କୁ ପ୍ରସନ୍ନ କଳରିବା ପାଇଁ ସମସ୍ତ ପ୍ରକାର ରୀତିନୀତି ସହିତ ପୂଜା କରାଯାଇଥାଏ I ଏହିଦିନ ଗଣପତିଙ୍କୁ ପୂଜା କରିବା ଭକ୍ତଙ୍କ ସମସ୍ତ ବାଧା ଦୂର କରିଥାଏ ଏବଂଭକ୍ତ ଙ୍କ ସମସ୍ତ ଇଚ୍ଛା ପୂରଣ ହୁଏ I ଯେଉଁ ଘରେ ନୀତି ଏବଂ ନିୟମ ସହିତ ଗଣେଶଙ୍କୁ ପୂଜା ଆରାଧନା କରାଯାଇଥାଏ ସେଠାରେ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ନାହିଁ I

ଗଣପତିଙ୍କୁ ରୀତି ନୀତି ଅନୁସାରେ ପୂଜା କଲେ ଘରେ ରିଦ୍ଧି ସିଦ୍ଧି ଙ୍କର ବାସ ହୋଇଥାଏ I ବୁଧବାର ଦିନ ଗଣପତିଙ୍କ ଉପାସନା ଜୀବନର ସମସ୍ତ ବାଧାବିଘ୍ନକୁ ନଷ୍ଟ କରିଦିଏ I ଗଣପତି ଙ୍କୁ ଆବାହନ ପରେ ଯଦିକୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଏ ,ତାହା ଅବଶ୍ୟ ଜଲ୍ଦି ପୁରାଣ ହୋଇଥାଏ I ଆସନ୍ତୁ ଜାଣିବା ଗଣପତି ଙ୍କ ପୂଜା ବିଷୟରେ :

ଦୁବ ଅର୍ପଣ :
ବୁଧୁବାର ଦିନ ଗଣପତି ଙ୍କୁ ପ୍ରସନ୍ନ କରିବା ପାଇଁ ଲାଲ ଫୁଲ,ଲାଲ ବସ୍ତ୍ର,ସିନ୍ଦୁର ସହିତ ସାତ କେରା ଦୁବ ଓ ଅରୁଆ ଚାଉଳ କୁ ଗଣେଶ ଙ୍କ ମସ୍ତକରେ ଅର୍ପଣ କରନ୍ତୁ ଇଦୁବ ଗଣେଶ ଙ୍କ ଅତ୍ୟନ୍ତ ପ୍ରିୟ I ଗଣେଶ ଙ୍କୁ ଦୁବ ଚଢ଼ାଇବା ଦ୍ୱାରା ସେ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି I ଶାସ୍ତ୍ରରେ, ଦୁବ କୁ ଅମୃତ ସହିତ ତୁଳନା କରାଯାଇଥାଏ Iଏହାକୁ ଅର୍ପଣ କରି ଭକ୍ତମାନଙ୍କର ସମସ୍ତ ଅସୁବିଧା ଦୂର ହୋଇଯାଏ I ଏହା ସାଇଟ ପୂଜା ସମୟରେ ଘିଅ ର ଦୀପ ଜଳାନ୍ତୁ I

ଶମୀ ବୃକ୍ଷ ପତ୍ର
ଧାର୍ମିକ ବିଶ୍ୱାସ ରହିଛି ଯେ ବୁଧବାର ଦିନ ଶମୀ ବୃକ୍ଷ ର ପତ୍ର ଭଗବାନ ଗଣେଶଙ୍କୁ ଅର୍ପଣ କରାଯିବା ଉଚିତ୍। ଏହା କରିବା ଦ୍ୱାରା ଜଣେ ବ୍ୟକ୍ତି ଅସୀମ ଗୁଣ ପ୍ରାପ୍ତ କରେ ଏବଂ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ I | ବିଶ୍ୱାସ ରହିଛି ଯେ ଯଦି ଗଣେଶ ଙ୍କୁ ଶମୀ ବୃକ୍ଷ ର ପତ୍ର ଦ୍ୱାରା ପୂଜା କରାଯାଏ, ତେବେ ଭକ୍ତମାନଙ୍କୁ କେବେ ପରାଜୟର ସମ୍ମୁଖୀନ ହେବାକୁ ପଡେ ନାହିଁ I

ଅକ୍ଷତ ବା ଗୋଟା ଅରୁଆ ଚାଉଳ
ଶାସ୍ତ୍ର ରେ ମାନ୍ୟତା ଅନୁଯାୟୀ, ଅକ୍ଷତ ବିନା ଭଗବାନ ଗଣେଶଙ୍କ ପୂଜା ଅସମ୍ପୂର୍ଣ୍ଣ । ଅକ୍ଷତ ସେହି ଚାଉଳ ଯାହାକି ନ ଭାଙ୍ଗି ସମ୍ପୂର୍ଣ୍ଣ ରୂପେ ଗୋଟା ଥାଏ I ଗଣେଶ ପୂଜାରେ ଅକ୍ଷତ ବ୍ୟବହାର କରିବା ସମୟରେ ପ୍ରଭୁ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରନ୍ତି I ତେଣୁ ପ୍ରତିଦିନ ପୂଜା ସମୟରେ ଠାକୁର ଘରେ ଛୋଟ ଡବାରେ କିଛି ଅରୁଆ ଚାଉଳ ରଖନ୍ତୁ I
ପ୍ରସାଦ
ବିଶ୍ୱାସ କରାଯାଏ ଯଦି ପୂଜା ପରେ ପ୍ରସାଦ ରୂପେ ଗଣେଶ ଙ୍କୁ ତାଙ୍କର ପ୍ରିୟ ଜିନିଷ ପ୍ରସାଦ ଚଢ଼ାଯାଏ , ତେବେ ସେ ଶୀଘ୍ର ପ୍ରସନ୍ନ ହୁଅନ୍ତି I ତେଣୁ ବୁଧବାର ଦିନ ଗଣେଶଙ୍କୁ ରାଶି ଲଡୁ ଏବଂ ମୋଦକ ପ୍ରସାଦ ରୂପେ ଭୋଗ ଲଗାନ୍ତୁ I ଏ ପରି କଲେ ଗଣପତି ପ୍ରସନ୍ନ ହେବେ ଏବଂ ଭକ୍ତଙ୍କସମସ୍ତ ଅସୁବିଧା ଦୂର କରିବେ ଏବଂ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ I

Comments are closed, but trackbacks and pingbacks are open.