ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୩ କ୍ୟାବିନେଟ୍ ମନ୍ତ୍ରୀ, ରାଜେନ୍ଦ୍ର ଢୋଲକିଆ ନୂଆ ମୁହଁ

25

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ମନ୍ତ୍ରିମଣ୍ଡଳର ନବକଳେବର କରିଛନ୍ତି । ଏମାନଙ୍କ ମଧ୍ୟରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୩ ମନ୍ତ୍ରୀ । ଏବଂ ୮ ଜଣ ଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମିଳିଛି I ଲୋକସେବା ଭବନର କନ ଭେନସନ ହଲ୍ ରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ଏହି କ୍ୟାବିନେଟରେ ଜଣେ ନୂଆ ଚେହେରାଙ୍କୁ ଦିଆଯାଇଛି ସ୍ଥାନ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ । ସେହିଭଳି ୮ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି ।
ଏହାସହ ପୂର୍ବରୁ ଥିବା ୪ ମନ୍ତ୍ରୀଙ୍କୁ ବି ଚାନ୍ସ ମିଳିଛି ।
କ୍ୟାବିନେଟର ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜଗନ୍ନାଥ ସାରକା । ଏହାପରେ ନିରଞ୍ଜନ ପୁଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍ , ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Comments are closed, but trackbacks and pingbacks are open.