ଶନିଙ୍କର ବକ୍ରୀ ଚଳନ : ଏହି ରାଶି ଗୁଡିକ ହେବେ ବିଶେଷ ଲାଭବାନ

37

ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ବା ଗୋଚର ଯୋଗ ରେ ସମସ୍ତ ରାଶିର ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ I ଏଥିମଧ୍ୟରୁ ଶନି ଗ୍ରହ ସବୁଠାରୁ ମନ୍ଥର ଗତିରେ ଚଳନ କରନ୍ତି I ଚଳିତ ୫ ଜୁନ୍ ରେ, ଶନି କୁମ୍ଭରେ ପ୍ରବେଶ କରିଛନ୍ତି I ଏହା ୨୩ ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ I ଏହି ସମୟରେ ଶନି ମହାଦଶI , ଶନି ଅଢେଇ ଏବଂ ଶନି ସାଢେ ସIତୀ ଅବଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ Iଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ମଧ୍ୟ ଦେଖାଯାଏ I ଶନି କୁମ୍ଭ ରାଶିରେ ୧୪୧ ଦିନ ରହିବାକୁ ଯାଉଛନ୍ତି I ତେଣୁ ଶନିଙ୍କ ରାଶି ପରିବର୍ତନ ହେତୁ କେତେକ ରାଶି ବିଶେଷ ଭାବରେ ଉପକୃତ ହେବାକୁ ଯାଉଛନ୍ତି ଆସନ୍ତୁ ଜାଣିବା :

ମେଷ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଙ୍କର ବକ୍ର ଚଳନ ହେତୁ ମେଷ ରାଶିର ଲୋକମାନେ ବିଶେଷ ସୁବିଧା ପାଇବାକୁ ଯାଉଛନ୍ତି। ମେଷ ରାଶିର ବ୍ୟକ୍ତିଙ୍କର କର୍ମକ୍ଷେତ୍ରରେ ସକରାତ୍ମକ ପ୍ରଭାବ ଦେଖାଯିବ I ଯେଉଁମାନେ ଦୀର୍ଘ ସମୟ ଧରି ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି, ସେମାନେ ଏହି ଅବଧି ମଧ୍ୟରେ ଲାଭ ପାଇପାରିବେ I ଶନିଙ୍କ ଅନୁଗ୍ରହରେ ସେମାନେ ଚାକିରୀରେ ଏକ ଭଲ ଅଫର ପାଇବେ I ଏହି ସମୟରେ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ ଏବଂ ସମସ୍ତ ଇଚ୍ଛା ପୂରଣ ହେବ I

ବିଛା: ଶନି ଙ୍କର ବକ୍ରୀ ଚଳନ ବିଛା ରାଶିର ବ୍ୟକ୍ତି ଙ୍କ କ୍ୟାରିଅର ପାଇଁ ଲାଭଦାୟକ ହେବାକୁ ଯାଉଛି I ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ I ଚାକିରି, ବ୍ୟବସାୟ ରେ ଆପଣଙ୍କ କ୍ୟାରିଅର ସଫଳତାର ଶୀର୍ଷରେ ରହିବ I ଆର୍ଥିକ ସମସ୍ୟା ସମାପ୍ତ ହେବ I ଯଦି ଆପଣ ଅର୍ଥ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଏକ ବଡ଼ ଧରଣର ବିନିଯୋଗ କରିବେ I ପିଲାମାନଙ୍କ ଅଧ୍ୟୟନ ପାଇଁ ସମୟ ଉତ୍କୃଷ୍ଟ I ଏଣ୍ଟ୍ରାନ୍ସ କିମ୍ବା ବୃତି ପରୀକ୍ଷାରେ କୃତିତ୍ୱ ର ସହ ଉତୀର୍ଣ୍ଣ ହେବେ I ସମୟ ଅତ୍ୟନ୍ତ ଅନୁକୂଳ ରହିବ I

ଧନୁ: ଶନିଙ୍କ ଅନୁଗ୍ରହରେ ଧନୁ ରାଶି ଲୋକମାନେ ବହୁତ ଲାଭ କରିବାକୁ ଯାଉଛନ୍ତି | ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ପାଇଁ ଏହା ଏକ ଭଲ ସମୟ I ଏଥିସହିତ ଅର୍ଥର ଅଭାବ ଦୂର ହେବ। କର୍ମକ୍ଷେତ୍ରରେ ସ୍ଥାୟୀ ହେବେ Iଏହି ସମୟ ମଧ୍ୟରେ ଭବିଷ୍ୟତ ପାଇଁ କିଛି ବିନିଯୋଗ କରିବା ଲାଭଦାୟକ ହେବ ଇ ନୂତନ ଗୃହ ଯାନ ବାହନ କିଣି ପାରନ୍ତି I

କୁମ୍ଭ : ଶନିଙ୍କ ଅବସ୍ଥିତି ଏହି ରହିର ବ୍ୟକ୍ତିଙ୍କ ପାଇଁ ବିଶେଷ ଲାଭପ୍ରଦ ନ ହେଲେ ମଧ୍ୟ ଏହି ସମୟ ମଧ୍ୟରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ I ବିଦ୍ୟାର୍ଥିମାନେ ମଧ୍ୟ ଶନି ଙ୍କ ଅନୁଗ୍ରହରେ ଉପକୃତ ହେବାକୁ ଯାଉଛନ୍ତି I ପରୀକ୍ଷାରେ ଅପାର ସଫଳତା ପାଇବେ I କଳା କ୍ଷେତ୍ର,ଔଷଧ ବ୍ୟବସାୟ ,ଅତର,ଏବଂ କଂପ୍ୟୁଟର କ୍ଷେତ୍ରରେ ଅଶେଷ ଉନ୍ନତି କରିବେ Iଏହା ସହିତ ଆର୍ଥିକ ଅବସ୍ଥା ମଧ୍ୟ ଭଲ ରହିବ I

Comments are closed, but trackbacks and pingbacks are open.