ସମାନ ସମୟରେ ହେବ ଆଇପିଏଲ ର ଦୁଇଟି ମ୍ୟାଚ୍‌

31

ଆଇପିଏଲର ୧୪ତମ ସଂସ୍କରଣର ମ୍ୟାଚ୍‌ ଆୟୋଜନ ସମୟ ହଠାତ୍‌ ବଦଳିଛି। ପ୍ରଥମଥର ପାଇଁ ଆଇପିଏଲ ଇତିହାସରେ ୪ଟି ଟିମ ଗୋଟିଏ ସମୟରେ ପରସ୍ପର ସହ ମ୍ୟାଚ୍ ଖେଳିବେ। ୟୁଏଇରେ ଚାଳିଥିବା ଆଇପିଏଲର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ସମାନ ସମୟରେ ଖେଳାଯିବ। ଏହାର ଅର୍ଥ ଗୋଟିଏ ସମୟରେ ୪ଟି ଦଳ ଲଢ଼େଇ କରିବେ। ଦୁଇଟି ଯାକ ମ୍ୟାଚ୍‌ ଭାରତୀୟ ସମୟ ୭.୩୦ରେ ଆରମ୍ଭ ହେବ। ଏହା ଆଇପିଏଲ ଇତିହାସରେ ପ୍ରଥମ। ଭାରତୀୟ ଦର୍ଶକଙ୍କ ପାଇଁ ଦୁଇଟି ଯାକ ମ୍ୟାଚ୍‌ ଦେଖିବାକୁ ଷ୍ଟାର ନେଟୱର୍କରେ ବ୍ୟବସ୍ଥା ମଧ୍ୟ ହେବ।
ପୂର୍ବରୁ ଯେଉଁ ଦିନ ଡବଲ ମୁକାବିଲା ହେଉଥିଲା ସେଦିନ ଗୋଟିଏ ମ୍ୟାଚ୍‌ ଅପରାହ୍ନରେ ଓ ଆଉ ଗୋଟିଏ ମ୍ୟାଚ୍‌ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେଉଥିଲା। କିନ୍ତୁ ବିସିସିଆଇ ଆଜି ହଠାତ୍‌ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ସମୟରେ ପରବର୍ତ୍ତନ କରିଛି।
ବିସିସିଆଇର ଘୋଷଣା ଅନୁଯାୟୀ, ଅକ୍ଟୋବର ୮ ଅର୍ଥାତ ଲିଗ୍‌ ମ୍ୟାଚ୍‌ର ଶେଷ ଦିନରେ ଦୁଇଟି ମ୍ୟାଚ୍‌ ହେବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଥିବା ବେଳେ ଅପରାହ୍ନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ ହୋଇଥାଆନ୍ତା।
ପ୍ରଥମ ମ୍ୟାଚ୍‌ ଭାରତୀୟ ସମୟ ଅନୁଯାୟୀ ଦିନ ୩.୩୦ ଓ ଦ୍ୱିତୀୟ ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ୨ଟି ଯାକ ମ୍ୟାଚ୍‌ ଅକ୍ଟୋବର ୮ରେ ଗୋଟିଏ ସମୟରେ ଅନୁଷ୍ଠିତ ହେବ। ମୁମ୍ବାଇ ଓ ହାଇଦ୍ରାବାଦ ଅପରାହ୍ନ ନୁହେଁ ବରଂ ସନ୍ଧ୍ୟା ସମୟରେ ହିଁ ମ୍ୟାଚ୍‌ ଖେଳିବେ।

ତେବେ ଦୁଇଟି ଯାକ ମ୍ୟାଚ୍‌ ଗୋଟିଏ ସମୟରେ ଆରମ୍ଭ ହେବା ପଛର କାରଣ ସମ୍ପର୍କରେ ବିସିସିଆଇ କିଛି ମନ୍ତବ୍ୟ ଦେଇନାହିଁ I ବିସିସିଆଇ ସୂଚନା ଅନୁଯାୟୀ ଆସନ୍ତା ଅକଟୋବର ୨୫ ତାରିଖ ପରଠୁ ,ଆଇପିଏଲ ରେ ସାମିଲ ହେବାକୁ ଥିବା ଦୁଇଟି ନୂଆ ଦଳର ନାଁ ଘୋଷଣା କରାଯିବ I ଏ ହି ଦୁଇଟି ଦଳ ଆଇପିଏଲ ରେ ଯୋଡ଼ିହେଲେ ,ସମୁଦାୟ ୧୦ଟି ଦଳ ହେବ ଇ ବର୍ତ୍ତମାନ ଆଇପିଏଲ ରେ ୮ ଟି ଦଳ ଖେଳୁଛନ୍ତି I

Leave A Reply

Your email address will not be published.