ରାଜଧାନୀ ରୁ ଏକାଧିକ ନରକଙ୍କାଳ ଠାବ

26

ରାଜଧାନୀରୁ ମିଳିଲା ଏକାଧିକ ନର କଙ୍କାଳ । ଭୁବନେଶ୍ବର କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ପ୍ରାୟ ୬ଟି ଖପୁରୀ ସହ ଏକାଧିକ କଙ୍କାଳ ଠାବ ହୋଇଛି Iଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

ଖବର ଅନୁଯାୟୀ, ଗୁରୁବାର ଦିନ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ମଧ୍ୟରେ ଅଳିଆ ଗଦାରେ ପଡିଥିଲା ଏହି ନରକଙ୍କାଳ I ତେବେ ଏତେ ପରିମାଣର ନରକଙ୍କାଳ କେମିତି ଆସିଲା ? କିଏ ଆଣି ପୋତିଲା ? ନା ଏହା ପଛରେ ଆଉ କଣ କାରଣ ? ଏପରି ଅନେକ ଦିଗକୁ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ତେବେ ଏହାକୁ ନେଇ ପୁଲିସ୍‌ର କୌଣସି ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ସ୍ଥାନୀୟ ଅଂଚଳରେ ଭୟ ର ବାତାବରଣ ଖେଳି ଯାଇଛି I

Comments are closed, but trackbacks and pingbacks are open.