ରାବଣପୋଡ଼ିରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତାରେ ହେବନି ବାଣ ପ୍ରତିଯୋଗିତା

51

ଭୁବନେଶ୍ବର: ଆଗକୁ ଦଶହରା । ଯାହାକୁ ନେଇ ସବୁଠି ଏବେ ପାର୍ବଣର ମାହୋଲ । ତେବେ ଦଶମୀ ପରେ ହେଉଥିବା ରାବଣପୋଡ଼ିକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାବଣପୋଡ଼ିରେ ବାଣ ପ୍ରତିଯୋଗିତା ହେବନାହିଁ । ସୁରୁଖୁରୁରେ ରାବଣପୋଡ଼ି ନେଇ ହାଇକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି । କେବଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଆସନ୍ତା ୧୦ ତାରିଖ ସୁଦ୍ଧା ବାଲିଯାତ୍ରା ତଳପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସିଏମସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଟ୍ରାଫିକ ପରିଚାଳନା ପାଇଁ ହାଇକୋର୍ଟ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

Comments are closed, but trackbacks and pingbacks are open.