ବିଧାନ ସଭାରେ ହେବ ‘ସୁପର ସାଇକ୍ଲୋନ’: ବିଷ୍ଣୁ ସେଠୀ

22

ଆଜି ବିଧାନସଭା ଅଧିବେଶନ ର ଚତୁର୍ଥ ଦିନରେ ମଧ୍ୟ ମମିତା ତାତି କୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରାଯାଇଛି । ଏହା ସାଙ୍ଗକୁ କଂଗ୍ରେସ ସଦସ୍ୟମାନେ ଗୃହରେ ଗଙ୍ଗା ପାଣି ଛିଂଚି ନାରାବାଜି ଦେଇଥିଲେ I ତା ସାଙ୍ଗକୁ ବିଜେପି ସଦସ୍ୟ ମାନେ କହିଥିଲେ ଯେଉଁ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ନ ଦିଆଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତିବାଦ ଜାରି ରହିବ ।

ସେହିପରି ବିରୋଧୀ ବିଜେପି ଦଳ ର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ପ୍ରତିବାଦକୁ ଭିନ୍ନ ଢଙ୍ଗରେ ବ୍ୟାପକ କରାଯିବ ‘ସୋମବାର ଠାରୁ ବିଧାନସଭାରେ ସୁପର ସାଇକ୍ଲୋନ’ ହେବ ବୋଲି ମଧ୍ୟ କହିଛନ୍ତି I

Leave A Reply

Your email address will not be published.