ଝାରସୁଗୁଡାରେ ହେବ ଉପନିର୍ବାଚନ !

21

ଝାରସୁଗୁଡାରେ ହେବ ଉପନିର୍ବାଚନ ! ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ପାଇଁ ସଜବାଜ ଦୁଇ ଦଳ ! ଦୀପାଳିଙ୍କୁ ମିଳିବ ସିମ୍ପାତି ଭୋଟ ! ଦୀପାଳି ଟଙ୍କଧର ହେବେ ମୁହାଁମୁହିଁ ! ସରଗରମ ହେଉଛି ଝାରସୁଗୁଡା ରାଜନୀତି । ନବଙ୍କ ପରେ ଦୀପାଳିଙ୍କୁ ନେଇ ପୁଣି ଚର୍ଚ୍ଚା । ଝାରସୁଗୁଡାରେ ହେବେ ଉପନିର୍ବାଚନ ଏହାକୁ ନେଇ ଆରମ୍ଭ ହୋଉଛି ଦୁଇ ଦଳଙ୍କ ମଧ୍ୟରେ କଡା ଟକ୍କର । ଉପନିର୍ବାନ ପାଇଁ ସଜବାଜ ହେଲେଣି ଦୁଇ ଦଳ । ଗୋଟିଏ ପଟେ ବାପାଙ୍କ ଲୋକପ୍ରିୟତାକୁ ନେଇ ଜନତାଙ୍କ ମଧ୍ୟରେ ପହଞ୍ଚୁଛନ୍ତି ନବଙ୍କ ଝିଅ ଦୀପାଳି ଏବଂ ପୁଅ ବିଶାଳ । ଆଉ ଗୋଟିଏ ପଟେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି ତ୍ରିପାଠୀ ବାବୁ । ସରକାରଙ୍କ ବିରୋଧରେ ବଡ ବଡ ରାଲି ଓ ସଭା କରୁଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।

ତେବେ ତାରିଖ ଘୋଷଣା ହେବା ପୂର୍ବରୁ ଏବେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦେଖାଗଲାଣି ନିର୍ବାଚନୀ ମାହୋଲ । ଦୀପାଳି ଦାସ, ଲଇକେରା ବ୍ଲକର ଭିମଜୋର, ସୁଲେହି ଓ ସାରଙ୍ଗଲୋଇଠାରେ ଜନସମାବେଶରେ ଯୋଗଦେବା ସହ ‘ଲକ୍ଷଘର’ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସଭାରେ ଦୀପାଳିଙ୍କ ସାଥୀରେ ତାଙ୍କ ଭାଇ ବିଶାଳ ଦାସଙ୍କୁ ଦେଖଇବାକୁ ମିଳିଥିଲା । ବାପା ଗଲାପରେ ସେ ଏବଂ ତାଙ୍କ ଭଉଣୀ ସବୁବେଳେ ଲୋକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ନବ ଦାସଙ୍କ ପୁଅ । ଏପଟେ ସେଇ ଲଇକେରା ବ୍ଲକ୍ ଅଫିସ୍ ଆଗରେ ବିକ୍ଷୋଭ କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଜମିପଟ୍ଟା, ରାସନ କାର୍ଡ ଏବଂ ଭତ୍ତା ଆଦି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଦେବା ପାଇଁ ଦାବି କରିଛି ବିଜେପି ।

ତେବେ ଯଦିଓ କେହି କହୁନାହାଁନ୍ତି ଏହି ପ୍ରସ୍ତୁତି ସମ୍ଭାବିତ ଉପ-ନିର୍ବାଚନ ପାଇଁ ଚାଲିଛି । ତଥାପି ବି ସ୍ପଷ୍ଟ ଜଣାପଡ଼ୁଛି ଏହି ଜନସଭା ଓ ପ୍ରତିବାଦ ରାଲି ପଛରେ ଉଦ୍ଦେଶ୍ୟ କ’ଣ? ତାହା ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ । ତେବେ ଝାରସୁଗୁଡାରେ ଦୀପୀଳି ସିମ୍ପାଥି ଭୋଟରେ ବାଜିମାତ କରୁଛନ୍ତି ନା ତ୍ରିପାଠୀ ବାବୁଙ୍କ ଶାଣିତ ଆକ୍ରମଣ କାମ ଦେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.