ଚଳନ୍ତା କାର ରେ ନିଆଁ,ଅଳ୍ପକେ ବର୍ତିଲେ ଯାତ୍ରୀ

28

ଭୁବନେଶ୍ୱର : ରାଜଧାନୀ ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ ଉପରେ ଅଘଟଣ I ମଝି ରାସ୍ତାରେ ମଝିରେ ଜଳିଗଲା ଚଳନ୍ତା କାର୍‌। ଅଳ୍ପକେ ବର୍ତି ଯାଇଛନ୍ତି କାର ରେ ଥିବା ସମସ୍ତ ଯାତ୍ରୀ I ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନାନୁସାରେ, କଟକରୁ ଭୁବନେଶ୍ୱର ଆସୁଥିବା ଏକ କାରରେ ରସୁଲଗଡ଼ ଓଭର ବ୍ରିଜ ଉପରେ ନିଆଁ ଲାଗି ଯାଇଥିଲା I ଚଳନ୍ତା କାର ରୁ ହଠାତ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ମାନେ ଭୟଭୀତ ହୋଇ ତୁରନ୍ତ କାର କୁ ପଦାକୁ ବାହାରି ଆସିଥିଲେ I ଦେଖୁ ଦେଖୁ କାରଟି ହୁତୁ ହୁତୁ ହୋଇ ଜଳିଯାଇଥିଲା I ଖବର ପାଇ ଅଗ୍ନିଶମ ବାହିନୀ ଆସି ତୁରନ୍ତ ନିଆଁ କୁ ଆୟତ୍ତ କରିଥିଲା I କାର ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି I ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Comments are closed, but trackbacks and pingbacks are open.