ଶ୍ରୀମନ୍ଦିର ଗୁମୁଟରେ ସୃଷ୍ଟି ହେଲା ଫାଟ

3,214

ଶ୍ରୀମନ୍ଦିର କୁ ପଡିଛି କି ବିପଦ ! ପୁଣି ବଡ଼ଦେଉଳରୁ ଖସିଲା ପଥର । ମିଳିଲା ଭୟଙ୍କର ବିପଦର ସୂଚନା ।
ଶ୍ରୀମନ୍ଦିର ଗୁମୁଟରେ ସୃଷ୍ଟି ହେଲା ଫାଟ । ଏତିକି ଗୁହାରି କରୁଛି ମଣିମା ଗୁହାରି ଶୁଣିବା ହେଉ । ମନ୍ଦିରକୁ ମୋର ନ କହିବା ପାଇଁ ବଂଶ ମୋର ବୁଡି ଯାଉ । ଶ୍ରୀ ମନ୍ଦିରକୁ ପ୍ରତିଷ୍ଠା କରି ଦିନେ ଏମିତି ବର ମାଗିଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଶ୍ରୀମନ୍ଦିର ତାଙ୍କ ବାପାଙ୍କ ସମ୍ପତି ବୋଲି କାଳେ ତାଙ୍କ ପୁଅମାନେ କହିବେ ସେଥିପାଇଁ ନିଜ ବଂଶ ବୁଡ଼ିଯାଉ ବୋଲି କରିଥିଲେ ପ୍ରାର୍ଥନା । ହେଲେ ଏ କଳି ଯୁଗର ମଣିଷ ପାଇଁ କାଳିଆ ସାଆନ୍ତ ଆଜି ଭଙ୍ଗା ଘରେ ରହୁଛନ୍ତି । ଶ୍ରୀମନ୍ଦିର କୁ ନିଜ ସମ୍ପତି ଭାବୁଥିବା ମଣିଷଙ୍କ ପାଇଁ ଆଜି ଶ୍ରୀମନ୍ଦିର ବିପଦରେ ପଡିଛି । ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କ ଇସାରାରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି ସେଇ ପ୍ରଭୁଙ୍କ ଅନୁମତି ନେଇ ଇନ୍ଦ୍ର ବର୍ଷା କରୁଛନ୍ତି ।

ଯେଉଁ ଜାଗର କଥା ବଳରେ ଏ ପୃଥୀବି ବୁଲୁଛି ସେଇ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ଏବେ ବିପଦରେ ଅଛି । ଯେଉଁ ପ୍ରଭୁଙ୍କ ଆଶୀର୍ବାଦରେ ଦଶଦିଗପାଳ ତିଷ୍ଠି ରହିଛନ୍ତି ଆଉ ଯାହାଙ୍କ ନିର୍ଦେଶ କ୍ରମେ ଯମ ଦେବତା ବିଚାର କରୁଛନ୍ତି ଆଉ ଯାହା ଆଜ୍ଞାରେ ନବଗ୍ରହ ପରିଚାଳିତ ହେଉଛନ୍ତି ସେହି ଜଗାର ଶ୍ରମନ୍ଦିରରେ ଫାଟ ସୃଷ୍ଟି ହେଇଛି । କଣ ସତରେ ବଡ଼ ଦେଉଳରୁ ଖସିବ କି ପଥର ? କଣ ସତରେ ସତ ହେବ ମାଳିକା ବଚନ ? ଏମିତି କେତେ ଆଲୋଚନା ଏବେ ଦାଣ୍ଡରେ ପଡି ହାତରେ ଗଡୁଛି ।

ହଁ ଆଂଜ୍ଞା ଶ୍ରୀମନ୍ଦିର ଗୁମୁଟରେ ଏବେ ଫାଟ ସୃଷ୍ଟି ହୋଇଛି । ଗୁମୁଟ ଫାଟି ସତେ ଯେମିତି ଆଁ କରିଛି । ସେଠାରେ ଥିବା ପ୍ରାଚୀନ ମୃତ୍ତି ଭାଙ୍ଗି ଯାଇଛି । ଆଉ ସେଠାରେ ଥିବା ରକ୍ଷଣା ବେକ୍ଷଣା ଦାୟିତ୍ୱରେ ଥିବା ପ୍ରତ୍ନତତ୍ୱ ବିଭାଗର ଅବହେଳା ଯୋଗୁଁ ଏଭଳି ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଗୁମୁଟରେ ଏବେ ଫାଟ ସୃଷ୍ଟି ହୋଇଛି । ଗୁମୁଟ ଫଟ୍ରି ସତେ ଯେମିତି ଆଁ ମଧ୍ୟ କରିଛି । ସେଠାରେ ଥିବା ପ୍ରାଚୀନ ମୃତ୍ତି ମଧ୍ୟ ଭାଙ୍ଗିଗଲାଣି ଏବଂ ଶ୍ରୀ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ନତତ୍ୱ ବିଭାଗର ଅବହେଳା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସେବାୟତଙ୍କ ସହାୟତା ନେଇ ପ୍ରତ୍ନତତ୍ୱ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ପ୍ରତ୍ନତତ୍ୱ ବିଭାଗ କେବେ ଏଥିପ୍ରତି ଧ୍ୟାନ ଦେଇ ଫାଟ ସଜାଡୁଛି ତାହା ଦେଖିବା ପାଇଁ ବାକି ରହିଲା ।

Comments are closed, but trackbacks and pingbacks are open.