ଦେଶରେ ୮୩୪ଲୋକଙ୍କ ପାଇଁ ଅଛନ୍ତି ଜଣେ ଡାକ୍ତର, ୮୦ଶତକଡା ଡାକ୍ତର ଏଲୋପାଥିକ

442

ନୂଆଦିଲ୍ଲୀ : ଦେଶରେ ଜଣେ ଡାକ୍ତର ୮୩୪ଜଣଙ୍କୁ ଚିକିତ୍ସା କରୁଛନ୍ତି। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପଓ୍ବାର। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ପଞ୍ଚିକୃତ ଏଲୋପାଥିକ ଡାକ୍ତରଙ୍କ ସଂଖ୍ୟା ୮୦ପ୍ରତିଶତ ରହିଛି। ଅନ୍ୟପଟେ ଆୟୁଷ ଡାକ୍ତରଙ୍କ ସଂଖ୍ୟା ୫.୬୫ଲକ୍ଷ ରହିଛି। ଏହାଛଡା ଦେଶରେ ୩୬.୧୪ଲକ୍ଷ ନର୍ସିଂ କର୍ମୀ ଅଛନ୍ତି। ବର୍ତ୍ତମାନ ଦେଶରେ ୪୭୬ଲୋକଙ୍କ ପାଇଁ ଜଣେ ନର୍ସ ଅଛନ୍ତି।

ପଓ୍ବାର ଆହୁରି କହିଛନ୍ତି, ସରକାରୀ ମେଡିକାଲ ସଂଖ୍ୟା ୮୨ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିରେ ଏମବିବିଏସ ସିଟ୍‌ ମଧ୍ୟ ବଢିଛି। ୨୦୧୪ପୂର୍ବରୁ ୩୮୭ ମେଡିକାଲ କଲେଜ ଥିଲା ଯାହା ଏବେ ବଢି ୭୦୬ହୋଇଛି।

Comments are closed, but trackbacks and pingbacks are open.