ବାତ୍ୟା ର ଆଶଙ୍କା ନାହିଁ :ଆଇଏମଡି ଡିଜି

22

ବାତ୍ୟା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଇଛି । ଏବେ ଗଭୀର ଅବପାତ ରୂପ ନେଇ ଉତ୍ତର ଦିଗରେ ଗତି କରି ପୁରୀ ନିକଟରେ ପହଂଚିବ । ଏବଂ ଏହା ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହୋଇଯାଇ ଉତ୍ତର- ପୂର୍ବ ଦିଗରେ ଗତି କରିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
କିନ୍ତୁ ବାତ୍ୟା ଦୁର୍ବଳ ହୋଇଥିଲେ ବି ଏହାର ପ୍ରଭାବରେ କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ସେହିଭଳି ଆସନ୍ତା କାଲି ଉତ୍ତର ଓଡିଶାରେ ବର୍ଷା ର ପରିମାଣ ବୃଦ୍ଧି ପାଇବ । ଏହା ସହିତ ରାଜ୍ୟରେ କିଛି ଜିଲ୍ଲା ମାନଙ୍କରେ ବାତ୍ୟା ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହେବ I ଏହା ଗଭୀର ଅବପାତ ରୂପ ନେଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ମୋଟାମେଟେି କହିବାକୁ ଗଲେ ବାତ୍ୟା ଜୱଦ ଦିଗ ବଦଳାଇବା ନେଇ ସଙ୍କେତ ମିଳିଛି । ତେବେ ଅମାବାସ୍ୟା ରହିଥିବାରୁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ I ତେଣୁ ସମୁଦ୍ର କୁ ନ ଯିବା ପାଇଁ ପର୍ଯ୍ୟଟକ ଏବୋ ମତ୍ସ୍ୟ ଯିବି ମାନଙ୍କୁ ସତର୍କ କରିଦିଆଯାଇଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି I

Leave A Reply

Your email address will not be published.