ଓଡ଼ିଶାରେ ନାହାନ୍ତି ଯୋଗ୍ୟ ଆଇଏଏସ !

27

ସୁରେଶଙ୍କ ପ୍ରତି ସରକାରଙ୍କର ଚୋରାପିରତି କଣ ପାଇଁ ! । କ’ଣ ରାଜ୍ୟରେ ନାହାନ୍ତି ଯୋଗ୍ୟ ବରିଷ୍ଟ ଆଇଏଏସ ! । ମୁଖ୍ୟ ଶାସନ ସଚିବ ପାଇଁ କଣ ସୁରେଶ ଏକ ଯୋଗ୍ୟ ! ଓଡ଼ିଶାରେ କ’ଣ ଯୋଗ୍ୟ ବରିଷ୍ଠ ଆଇଏଏସ ଅଫିସର ନାହାନ୍ତି କି? ନା ସରକାର ବରିଷ୍ଠ ଆଇଏଏସଙ୍କୁ ବିଶ୍ୱାସକୁ ନେଇ ପାରୁନାହାନ୍ତି ବା ସରକାରଙ୍କ କଥାରେ ମୁଣ୍ଡ ଟୁଙ୍ଗାରିବା ଭଳି ଅଫିସର ନାହାନ୍ତି । ଯଦି ଏ ଦୁଇଟି ଠିକ ନୁହେଁ, ତେବେ ମୁଖ୍ୟ ଶାସନ ସଚିବ ପଦ ପାଇଁ ଆଇଏଏସ ମିଳୁନାହାନ୍ତି କାହିଁକି ? କାହିଁକି ରାଜ୍ୟ ସରକାର ଅବସର ସମୟ ପରେ ବି ବାରମ୍ବାର ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ସୁପାରିଶ କରୁଛନ୍ତି ? ସୁରେଶ ମହାପାତ୍ର କ’ଣ ଏକମାତ୍ର ଆଇଏଏସ ଯାହାଙ୍କ ଉପରେ ସରକାର ପୂର୍ଣ୍ଣ ଆସ୍ଥା ପ୍ରକଟ କରିପାରୁଛନ୍ତି । ନା ଆଉ କିଛି କାରଣ ରହିଛି ? ଯଦି ଯୋଗ୍ୟ ଅଫିସର ନାହାନ୍ତି, ତେବେ ଏହା ରାଜ୍ୟ ପାଇଁ ବିଡ଼ମ୍ବନା ନୁହେଁ କି? ରାଜ୍ୟବାସୀଙ୍କ ମଧ୍ୟରେ ଏହି ପ୍ରଶ୍ନ ଏବେ ବଳିଷ୍ଠ ହେଉଛି । ୧୯୮୬ ବ୍ୟାଚର ଆଇଏଏସ ହେଉଛନ୍ତି ସୁରେଶ ମହାପାତ୍ର।

ତାଙ୍କର କାର୍ଯ୍ୟକାଳ ୨୦୨୧ ଜାନୁଆରୀ ୧ ରେ ଶେଷ ହେଉଥିଲା କିନ୍ତୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କରିଥିଲେ । ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟ କାଳ ୨୦୨୨ ଜୁଲାଇ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମାତ୍ର ତାଙ୍କର ଆନୁଗତ୍ୟ ସରକାରଙ୍କୁ ଏତେ ମୁଗ୍ଧ କରିଛି ଯେ ରାଜ୍ୟ ସରକାର ତାଙ୍କୁ ଅବସର ନ ଦେଉ ପୁଣି ଥରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ଯାହା ୨୦୨୩ ଫ୍ରେବୁଆରୀରେ ଶେଷ ହେଉଛି। କିନ୍ତୁ ଶୁଣା ଯାଉଛି କି ରାଜ୍ୟ ସରକାର ତାଙ୍କୁ ଅବସର ନ ଦେଇ ତାଙ୍କ କାର୍ଯ୍ୟକାଳ ପୁଣି ୬ମାସ ବୃଦ୍ଧି ପାଇଁ ସୁପାରିଶ କରିଛନ୍ତି । ଏହାକୁ ନେଇ ଏବେ ବରିଷ୍ଠ ଆଇଏଏସଙ୍କ ମହଲରେ ଯେତିକି ଚର୍ଚ୍ଚା ତା ଠାରୁ ଅଧିକ ଚର୍ଚ୍ଚା ରାଜ୍ୟବାସୀଙ୍କ ମଧ୍ୟରେ । ମୁଖ୍ୟ ସଚିବ ପାଇଁ କ’ଣ ଆଉ କେହି ଯୋଗ୍ୟ ନାହାନ୍ତି? କାହିଁକି ସରକାର ବାରମ୍ବାର ସୁରେଶଙ୍କ ଉପରେ ଭରସା କରୁଛନ୍ତି? ସେ କ’ଣ ଏପର୍ଯ୍ୟନ୍ତ ଏକମାତ୍ର ଯୋଗ୍ୟ? ନା ସରକାରଙ୍କର କିଛି ଅନ୍ୟ ଉଦ୍ଦେଶ୍ୟ ରହିଛି ? ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ବିରୋଧୀଙ୍କ କହିବା କଥା ସୁରେଶଙ୍କ ପାଖରେ ଅଭିଜ୍ଞାତା ଥାଇ ପାରେ ହେଲେ ତାଙ୍କ ଅବସର ବୟସରେ ହୋଇଯାଇଛି ତାଙ୍କୁ ଅବସର ଦେବା କଥା। ହେଲେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ କାହିଁକି ବାରମ୍ବାର ବଢାଉଛନ୍ତି ଯାହା ବୁଝା ପଡୁନି।ଏଥିରେ ରାଜ୍ୟ ସରକାରଙ୍କର ନିର୍ଦ୍ଧିଷ୍ଟ ସ୍ୱାର୍ଥ ଅଛି। ସରକାରୀ ଦଳର ପ୍ରଭାବଶାଳୀ ନେତା ଓ ମନ୍ତ୍ରୀଙ୍କ କଥାରେ କାଳେ ଆଇନ କୁ ବି ଗିଳି ଦେଉଛନ୍ତି ସୁରେଶ । ସେ କାଳେ ସରକାରଙ୍କ କଥାରେ ଉଠବସ ହେଉଛନ୍ତି ।ଯଦି ବିରୋଧୀଙ୍କ ଏହି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହା ସରକାରଙ୍କ ପାଇଁ ଭଲ ହୋଇପାରେ, ମାତ୍ର ରାଜ୍ୟ ପାଇଁ ଆଦୌ ଭଲ ନୁହେଁ। ତେଣୁ ସରକାର ସୁରେଶଙ୍କ ସ୍ଥାନରେ ଜଣେ ନୂଆ ବରିଷ୍ଠ ଆଇଏଏସଙ୍କୁ ବସାଇ ତାଙ୍କ ସ୍ୱଚ୍ଛତାରେ ପରିଚୟ ଦିଅନ୍ତୁ ବୋଲି ଦାବି ହେଉଛି ।

Comments are closed, but trackbacks and pingbacks are open.