‘ମୋ ଯୋଗୀ ଭାଇଙ୍କ ଭଳି କେହି ନାହାନ୍ତି’: କଙ୍ଗନା

38

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅନେକ ପ୍ରସଙ୍ଗକୁ ନେଇ ନିଜର ବୟାନ ଦେବାକୁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଫିଲ୍ମ ହେଉ ଅବା ରାଜନୀତି ଅବା ଆଇନ ବ୍ୟବସ୍ଥା। ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁସି ହୋଇ କଙ୍ଗନା ତାଙ୍କୁ ଭାଇ ବୋଲି ସମ୍ବୋଧନ କରିଛନ୍ତି।

କଙ୍ଗନାଙ୍କ ଏହି ରିଆକ୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଗୁରୁବାର ଉତ୍ତର ପ୍ରଦେଶର ରାଜନୈତିକ ଉତ୍ତେଜନା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଅସଦ ଅହମ୍ମଦ ଓ ଗୁଲାମ ମହମଦ ଉତ୍ତର ପ୍ରଦେଶ ଏସଟିଏଫର ଏନକାଉଣ୍ଟରର ଶିକାର ହୋଇଥିଲେ। ଅସଦ ଅହମଦ ଗ୍ୟାଙ୍ଗଷ୍ଟର ଅତିକ ଅହମଦଙ୍କ ପୁଅ ଓ ସେ ଦୀର୍ଘଦିନ ହେବ ଓ୍ବାଣ୍ଟେଡ ଲିଷ୍ଟରେ ରହିଥିଲେ। ଏହି ଏନକାଉଣ୍ଟରରେ ଅସଦଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ କେଉଁଠି ଉତ୍ସବ ପାଳନ କରାଯାଉଛି ତ ପୁଣି କେଉଁଠି ଏହାକୁ ମିଥ୍ୟା ଏନକାଉଣ୍ଟର କୁହାଯାଇ ପ୍ରଶ୍ନ ଉଠୁଛି। ହେଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସପକ୍ଷରେ ବୟାନ ଦେଇଛନ୍ତି।

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘ମୋ ଭାଇ ଭଳି କେହି ନାହିଁ, ଏହାସହ ନଜର ନ ଲଗାଇବା ଇମୋଜି ଲଗାଇ ଦେଇଛନ୍ତି। ଏହାସହ ଫଟୋରେ ଲେଖିଛନ୍ତି ଯଦି ତୁମେ ଖରାପ ତେବେ ମୁଁ ତୁମର ବାପା। ଆଉ ଏକ ଷ୍ଟୋରୀରେ କଙ୍ଗନା ଲେଖିଛନ୍ତି, ଗ୍ୟାଙ୍ଗଷ୍ଟର ସେହିମାନେ ନୁହେଁ ଯେମିତି ଫିଲ୍ମରେ ଦେଖାଯାଉଛି, ହତିଆର ରଖିଥିବା ସବୁବେଳେ ସିପାହୀ ହୋଇ ନ ଥାଏ।

Comments are closed, but trackbacks and pingbacks are open.