ଭାରତ, ଭାରତୀୟ, ଭାରତୀୟତା..କୁ ବୁଝିବାର ଆବଶ୍ୟକତା ରହିଛି

716

ଗତ 3 ବର୍ଷରେ ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଏହି ଅଖିଳ ଭାରତୀୟ ଶିକ୍ଷା ସମାଗମ । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଭାଗ ନେଇଥିବା ଯୁବ ସୃଜନକାରୀଙ୍କ ଜ୍ଞାନ ଓ ଦକ୍ଷତାରେ ପ୍ରଭାବିତ ହୋଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କୁନି କୁନି ପ୍ରତିଭା…ତାଙ୍କ ସୃଜନଶୀଳତା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅଭିଭୂତ କରିଛି । ଏନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତ, ଭାରତୀୟ, ଭାରତୀୟତା..ଆଜି ଦିନରେ ଏହାକୁ ହିଁ ବୁଝିବାର ଆବଶ୍ୟକତା ରହିଛି । କାଶୀ ବିଶ୍ୱନାଥର ବନାରସର ରୁଦ୍ରାକ୍ଷ୍ସ ସଭାଗାରରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥିବା ଭାରତ ମଣ୍ଡପମ୍ ପର୍ଯ୍ୟନ୍ତ ଥିବା ଇଏ ଗୋଟିଏ ବର୍ଷର ସଫଳ ପ୍ରବେଶ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଭାରତୀୟ ଶିକ୍ଷା ସଙ୍ଗମ ସମ୍ମିଳନୀର ଦ୍ବିତୀୟ ଦିନ । ଭାରତର ପୁରାତନ ଶିକ୍ଷା ପଦ୍ଧତିଠୁ ନେଇ ବର୍ତ୍ତମାନର ଆଧୁନିକତା ଶିକ୍ଷା ପ୍ରଦାନ ପଦ୍ଧତି ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଛି । ଦ୍ବିତୀୟ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । 

https://twitter.com/dpradhanbjp/status/1685599265857609728?s=20
ଏକବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଦୁନିଆକୁ ଭାରତ ନେତୃତ୍ତ୍ୱ ନେଉ ଏହା ହିଁ ମୂଳ ଉଦେଶ୍ୟ । ପିଲାଟି ଯେତେବେଳେ 3 ବର୍ଷର ହୁଏ…3 ରୁ 8 ବର୍ଷ ଭିତରେ ପିଲାର 80 ଭାଗ ବିକଶିତ ହୁଏ । ସେହି ସମୟରେ ତାହାର ଯତ୍ନ ନେଲେ, ତାର ଦାୟିତ୍ୱ ନେଲେ ତା ଭିତରେ ଚିନ୍ତା କରିବାର ଶକ୍ତି, ତର୍କ କରିବାର ଶକ୍ତି, ଅନୁସନ୍ଧାନ କରିବାର ଶକ୍ତିର ବୃଦ୍ଧି ହୁଏ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । 

ସେହିପରି ଅଖିଳ ଭାରତୀୟ ଶିକ୍ଷା ସମାଗମରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖୁଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇ ନିଜ ଟ୍ୱିଟର ଆକାଉଣ୍ଟରେ ସେହାର କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯୁବ ସାଙ୍ଗମାନଙ୍କ ସହ ଏହା ମୋର ବିଶେଷ ମୂହୂର୍ତ୍ତ । 

Comments are closed, but trackbacks and pingbacks are open.