ରାଜ୍ୟରେ ୬୧୫ ଜଣ ଆକ୍ରାନ୍ତ ଚିହ୍ନଟ : ୧୮ ବର୍ଷ ଭିତରେ ଅଛନ୍ତି ୬୮ ଜଣ

0 46

ରାଜ୍ୟରେ କରୋନା ସଂକ୍ରମଣ ହାର ତଳ ଉପର ହେଉଛି I ଗୋଟିଏ ଦିନ ନୂଆ ସଂକ୍ରମିତ ୫୦୦ ଭିତରେ ରହିଲେ ତା ପର ଦିନ ଏହା ୬୦୦ ପାର କରୁଛି I କିନ୍ତୁ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କୁ ଆସୁନାହିଁ I ସଂଗରୋଧ କେନ୍ଦ୍ରରୁ ଯେତିକି ଚିହ୍ନଟ ହେଉଛନ୍ତି ତା ତିନି ଗୁଣା ସ୍ଥାନୀୟ ସଂକ୍ରମିତ ବାହାରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଆକଳନ ଅନୁଯାୟୀ ସ୍ଥାନୀୟ ସଂକ୍ରମଣ କମିଗଲେ ନିଶ୍ଚିତ ସଂକ୍ରମଣ କୁ ନିୟନ୍ତ୍ରଣ କରାଯାଇପାରିବ I ସେହିପରି ଗତ ୨୪ ଘଂଟା ଭିତରେ ୬୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ ବର୍ଷ ଭିତରେ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୩୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪ ଜଣ, ବାଲେଶ୍ୱରରୁ ୧୨ ଜଣ, ଭଦ୍ରକରୁ ୭ ଜଣ, ବରଗଡ଼ରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୭୨ ଜଣ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୮ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୩ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୨୮ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୫ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୯ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୩୩ ହଜାର ୨୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୧୯ ହଜାର ୭୬୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫ ହଜାର ୨୦୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.