ରାଜ୍ୟରେ ୪୭୭ କରୋନା ପଜିଟିଭ୍ ଚିହ୍ନଟ , ୭୪ ଜଣ ୧୮ ବର୍ଷରୁ କମ

32

ଗତ ୨୪ ଘଣ୍ଟା ମଧ୍ୟ ରେ ରାଜ୍ୟରେ ୪୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟ ରୁ ୭୪ ଜଣ ୧୮ ବର୍ଷ ରୁ କମ ବର୍ଗର ର I ବ୍ୟାପକ ଟିକାକରଣ, ସଚେତନତା, ପରେ ବି ରାଜଧାନୀରେ ସଂକ୍ରମଣ କମୁନାହିଁ । ରାଜ୍ୟରେ କିଛିଦନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ସେଠି ମଧ୍ୟ ରୁ ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି ।ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । ଆଜି ଚିହ୍ନଟ ହୋଇଥିବା ୪୭୭ ଜଣ ପଜିଟିଭ ଙ୍କ ମଧ୍ୟ ରୁ ସଙ୍ଗରୋଧରୁ ୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୯୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୯୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୧୪୨ ରହିଥିବା ବେଳେ ୫ ହଜାର ୫୫୬ ଜଣ ଚିକିତ୍ସିତ ହେଉଛନ୍ତି । ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.