ନୂଆ ଓଡ଼ିଆ ସିନେମା ‘ବାପା-ସୁପରମ୍ୟାନ୍’ରେ ନଜର ଆସିବେ ଓଲିଉଡ୍ର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତେବେ ଏଥିରେ ନାୟିକା ସୁପ୍ରିୟାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଦୁହିଁଙ୍କ ଯୋଡ଼ିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ସିନେମାରେ ବାପା ଚରିତ୍ରରେ ସିଦ୍ଧାନ୍ତଙ୍କ ବଳିଷ୍ଠ ଅଭିନୟ ଦର୍ଶକେ ଦେଖିବାକୁ ପାଇବେ । ସେହିପରି ଜଣେ ବାପା ତା’ର ସନ୍ତାନ ପାଇଁ କ’ଣ କରିପାରେ, ତାହାକୁ ନେଇ ଏହାର କାହାଣୀ ଗତିଶୀଳ । ଓମ୍କାର ଏଣ୍ଟରଟେନମେଂଟ୍ ବ୍ୟାନ୍ରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନାରେ ଅଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀ ଓ ସଂଳାପ ରଚନା ପ୍ରିୟବ୍ରତ ପଣ୍ଡା କରିଥିବା ବେଳେ ସ୍ୱର ସଂଯୋଜନା କରିଛନ୍ତି ସୌମିତ୍ରୀ ପଲାଇ ।
Comments are closed, but trackbacks and pingbacks are open.