ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ବଜାୟରଖିବାକୁ ରାଜ୍ୟପାଳଙ୍କୁ ଭେଟିଲା ଯୁବ କଂଗ୍ରେସ

28

ଜଗନ୍ନାଥଙ୍କ ଦେଶରେ ସାମ୍ପ୍ରଦାୟୀକ ବିଷବୁଣିବାକୁ ଦିଆଯିବନାହିଁ : ଡଃ ଲେଙ୍କା

ଭୁବନେଶ୍ୱର : ଓଡିଶାରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକର ଶୈକ୍ଷିକ ବାତାବରଣ ଏବେ କ୍ଷୂର୍ଣ୍ଣହେବାରେ ଲାଗିଛି । ସମ୍ପ୍ରଦାୟିକ ଚିନ୍ତାଧାରା ସହ ଜଡିତ ଥିବା କିଛି ସଂଗଠନ ଧିରେ ଧିରେ ସକ୍ରିୟ ହୋଇ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ମନରେ ହିଂସାର ବିଷ ମଞ୍ଜି ବୁଣି ଶୈକ୍ଷିକ ପରିବେଶକୁ ବିଗାଡିବାରେ ଲାଗିଛନ୍ତି । ଗତ ୧୨ ତାରିଖ ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନ୍‍ସିଲ୍‍ ହଲ୍‍ରେ ଚାଲିଥିବା ଆଲୋଚନା ଚକ୍ରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କିଛି ଅଣ ଛାତ୍ରଗୋଷ୍ଠୀ ଅତିଥି ଭାବେ ଯୋଗଦେଇଥିବା ଜବାହରଲାଲ୍‍ ନେହେରୁ ବିଶ୍ୱବିଦ୍ୟଳୟର ଅଧ୍ୟାପକ ସୁରଜିତ୍‍ ମଜୁମ୍‍ଦାର ଏବଂ ଆୟୋଜକଙ୍କ ଉପରେ ନିନ୍ଦନୀୟ ମନ୍ତବ୍ୟ ଦେବା ସହିତ ଅପ୍ରୀତିକର କାଣ୍ଡ ଭିଆଇଥିଲେ, ଏହାକୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା ତୀବ୍ର ନିନ୍ଦା କରିଥିଲେ ।

ଏହି ଘଟଣାକୁ ନେଇ ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଡଃ ସ୍ମୃତି ରଞ୍ଜନ ଲେଙ୍କା ନେତୃତ୍ୱରେ ଏକ ୫ଜଣିଆ ଟିମ୍‍ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ୍‍ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସାକ୍ଷାତ୍‍ ଅବସରରେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଫେରାଇ ଆଣିବା ପାଇଁ ସାମ୍ପ୍ରଦାୟୀକ ବିଷ ବୁଣୁଥିବା ଛାତ୍ର ସଙ୍ଗଠନ ତଥା ନିର୍ଦ୍ଧିଷ୍ଟ ସଂକୀର୍ଣ୍ଣ ବିଚାରଧାରା ରଖିଥିବା ସଂଗଠନ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହ ଦେଶର ଆଗାମୀ ପିଢ଼ୀ ଯେଭଳି ଭାବେ ଏଭଳି କଳୁଷିତ ଚିନ୍ତାଧାରାରୁ ଦୂରରେ ରହିବ ସେ ପ୍ରତି ପଦକ୍ଷେପ ନେବାପାଇଁ ଡଃ ଲେଙ୍କା ମହାମହିମଙ୍କୁ ଅନୁରୋଧ କରିଥିଲେ । ଜଗନ୍ନାଥଙ୍କ ଧାମରେ ହିଂସା ବିଦ୍ୱେଷର ସ୍ଥାନ ନାହିଁ ଏବଂ ଶାନ୍ତିର ବାର୍ତ୍ତା ବହନ କରୁଥିବା ଓଡିଶାର ଛବିକୁ କଳଙ୍କିତ କରିବାର ଅଧିକାର କାହାର ନାହିଁ । ତଥା ଏଭଳି କୁଶ୍ଚିତ ପ୍ରୟାସ କରୁଥିବା ଅପରାଧିମାନଙ୍କୁ ଓଡିଶାବାସୀ କେବେ କ୍ଷମା କରିବେ ନାହିଁ ବୋଲି ଡଃ ଲେଙ୍କା ପ୍ରେସ୍‍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ପ୍ରତିନିଧି ଦଳରେ ସ୍ମୃତି ଲେଙ୍କାଙ୍କ ସହ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବିଶ୍ୱଜିତ୍‍ ଲେଙ୍କା ଓ ହରିଶଙ୍କର ଜେନା ଉପସ୍ଥିତ ରହିଥିଲେ ।

Comments are closed, but trackbacks and pingbacks are open.