ପୂର୍ବ ଶତ୍ରୁତା ରୁ ଯୁବକ ଙ୍କୁ ଗୋଡେଇ ଗୋଡେଇ ହତ୍ୟା

20

ବଲାଙ୍ଗୀର ରେ ପୁଣି ନିର୍ମମ ହତ୍ୟା ଇ ଗତ କାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲା ଲୋଇସିଂହା ଥାନା ବ୍ଲକ ଛକରେ କିଛି ଯୁବକ ଅନ୍ୟ ଜଣେ ଯୁବକ ଓ ତାର ବନ୍ଧୁଙ୍କୁ ଫିଲ୍ମ ଷ୍ଟାଇଲେ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ରୂପକ ହନୁମାନ ଓ ଗୁରୁତର ହୋଇଛନ୍ତି ବନ୍ଧୁ ସରୋଜ ବିଶି।

ଖବର ଅନୁସାରେ ମୃତ ଯୁବକ ରୂପକ ଶନିବାର ରାତିରେ ଘରେ ଶୋଇଥିବାବେଳେ କିଛି ଯୁବକ ରୂପକ ଓ ସରୋଜକୁ ବ୍ଲକ ଛକକୁ ଡାକିଥିଲେ। ସେ ଦୁଇଜଣ ଆସିବା ପରେ ୨ ପକ୍ଷ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ କ୍ରମେ ବଚସାରେ ପରିଣତ ହୋଇଥିଲା। ତା’ପରେ ଯୁବକମାନେ ପୂର୍ବ ଯୋଜନା ମୁତାବକ ମାରଣାସ୍ତ୍ର ଧରି ରୂପକ ଓ ସରୋଜକୁ ଗୋଡାଇ ଆକ୍ରମଣ କରିଥିଲେ। ରୂପକ ଓ ସରୋଜ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ତେବେ ରୂପକ ଙ୍କ ବଡ଼ ଭାଇ ଦୀପକ ଏକ ଫୋନ କଲ ପାଇ ଘଟଣାସ୍ଥଳକୁ ଯାଇଥିଲେ I ସେଠାରେ ରୂପକ ଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲୋଇସିଂହା ଓ ପରେ ସେଠାରୁ ବଲାଙ୍ଗିର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଗଲା। କିନ୍ତୁ ବଲାଙ୍ଗିର ହସ୍‌ପିଟାଲ୍‌ରେ ରୂପକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ରୂପକ ଙ୍କ ସାଙ୍ଗ ସରୋଜକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଲୋଇସିଂହା ପୁଲିସ ପହଂଚି ମାମଲାର ଛାନଭିନ କରୁଛନ୍ତି । ପ୍ରାଥମିକ ସୂଚନା ଅନୁସାରେ ଏହି ମାମଲାରେ ସଂପୃକ୍ତ ଜଣଙ୍କୁ ପୁଲିସ ଅଟକ ରଖି ଜେରା କରୁଛି। ଆକ୍ରମଣରେ ଲୋଇସିଂହାର ୩ଜଣ ଓ ଫାସଡ ଗାଁର ୨ ଜଣ ସାମିଲ ଥିବି ଜଣାପଡିଛି। ଦୀପକ ଙ୍କ କହିବା ଅନୁସାରେ , ଲୋଇସିଂହାରେ ରହୁଥିବା କିଛି ଯୁବକ ତାଙ୍କ ଭାଇ ରୂପକକୁ ପୂର୍ବରୁ ବିଭିନ୍ନ ସମୟରେ ଚେତାବନୀ ଦେଇଥିଲେ। ମୋତେ ସେ ଏ କଥା କହିଥିଲାପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ କୁହାଯାଉଥିଲେ ହେଁ ନିର୍ଦିଷ୍ଟ ଭାବେ କ’ଣ ଘଟିଥିଲା ଓ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡକୁ ଅଭିଯୁକ୍ତମାନ ରୂପରେଖ ଦେଲେ ତାହା ସ୍ପଷ୍ଟ ହୋଇନି। ମୃତ ରୂପକଙ୍କ ଶବ ଭୀମ ଭୋଇ ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢଉ ଆରମ୍ଭ କରିଛି।

Comments are closed, but trackbacks and pingbacks are open.