ଥାନା ସାମ୍ନାରେ ନିଜ ଦେହ ରେ ନିଆଁ ଲଗାଇଦେଲେ ଯୁବକ

26

ସାଲେପୁର : ବାରମ୍ବାର ପୋଲିସ ପାଖରୁ ନିରାଶ ହେବା ପରେ ଥାନା ସାମ୍ନାରେ ନିଜ ଦେହ ରେ ନିଆଁ ଲଗାଇଦେଲେ ଯୁବକ I ସାଲେପୁର କଟକ ଜିଲ୍ଲା କିଶନନଗର ଥାନା ସାମ୍ନାରେ ନିଜ ଦେହ ରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣକ I ତାଙ୍କ ଦେହରେ ୯୦ ପ୍ରତିଶତ ଅଂଶ ଜଳି ଯାଇଥିବା ବେଳେ ,ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି I ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦବେଗ ଜନକ ରହିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ I ଯୁବକ ଜଣକ ହେଲେ କଟକ ଜିଲ୍ଲା କିଷନନଗର ଥାନା ଇଷାଣି ବ୍ରହ୍ମପୁର ଅଞ୍ଚଳର ଗୁଣନିଧି ବିଷୋଇ ।
ସୂଚନାନୁସାରେ ପୂର୍ବରୁ ଘରୋଇ ଜମିବାଡ଼ି ବିବାଦ ନେଇ ଗୁଣନିଧି ଥାନାରେ ଅଭିଯୋଗ କରିଥିଲେ I ଜମିବାଡ଼ି ବିବାଦ କ୍ରମେ ଉଗ୍ର ରୂପ ନେଇଥିଲେ ମଧ୍ୟ ପୋଲିସ ର ଟାଳଟୁଳ ନୀତିରେ ଗୁଣନିଧି ହତାଶ ହୋଇ ପଡ଼ିଥିଲେ I ଘଟଣା ଘଟିବା ଦିନ ମଧ୍ୟ ପୋଲିସ ପକ୍ଷରୁ କୌଣସି ସହଯୋଗ ମିଳି ନ ଥିଲା I ଫଳରେ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବାପରେ ଥାନା ସାମ୍ନା ରେ ଗୁଣନିଧି ନିଜ ଦେହରେ ପେଟ୍ରୋଲ ଢାଳି ପୋଡି ହୋଇଥିଲେ I ସେହି ସମୟରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇ ,ଘଟଣାର ତଦନ୍ତ କରାଯାଉଛି I

Comments are closed, but trackbacks and pingbacks are open.