କ୍ରୀଡା ଜଗତ ସ୍ତବ୍ଧ : କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

42

କ୍ରିକେଟ ଜଗତ ସ୍ତବ୍ଧ I ଆଉ ନାହାନ୍ତି କ୍ରିକେଟ୍ ଜଗତର ମହାନ ସ୍ପିନ ବୋଲର ଶେନ ଓ୍ଵର୍ଣ୍ଣ I ଥାଇଲାଣ୍ଡରେ ହୃଦଘାତ ଯୋଗୁଁ ଅଷ୍ଟ୍ରେଲିଆ ର ଏହି ମହାନ କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ଵର୍ଣ୍ଣଙ୍କ ପରଲୋକ ହୋଇଥିବା ତାଙ୍କ ନିକଟ ତମ ସୂତ୍ରରୁ ପ୍ରକାଶ I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା ଇ ମାତ୍ର କିଛି ଘଣ୍ଟା ପୂର୍ବରୁ ୱାର୍ଣ୍ଣ ନିଜ ଦେଶର କ୍ରିକେଟର୍ ରଡନୀ ମାର୍ଶଙ୍କ ଦେହାନ୍ତରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଏହା ତାଙ୍କ ଜୀବନର ଶେଷ ଟ୍ୱିଟ୍ ହେବ ବୋଲି କେହି ଭାବିନଥିବେ।

ଉଭୟ ଦିନିକିଆ ଓ ଟେଷ୍ଟରେ ଶେନ୍ ୱାର୍ଣ୍ଣ ୧୦୦୧ଟି ୱିକେଟ୍ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ୱିକେଟ୍ ପାଇଥିଲେ। ଏହି ଫର୍ମାଟ୍‌ରେ ସେ ୩,୧୫୪ ରନ୍ ମଧ୍ୟ କରିଥିଲେ। ସେହିପରି ଶେନ୍ ୱାର୍ଣ୍ଣ ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୨୯୩ଟି ୱିକେଟ୍ ହାସଲ କରିଥିଲେ। ଦିନିକିଆରେ ସେ ୧,୦୧୮ ରନ୍ କରିଥିଲେ। ଟେଷ୍ଟ୍ ମ୍ୟାଚ୍‌ରେ ଶେନ୍ ୱାର୍ଣ୍ଣଙ୍କ ବୋଲିଂ ଆଭେରେଜ ୨୫.୪୧ ରହିଥିଲା।
ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ଟ୍ଵିଟ୍ କରି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଦେହାନ୍ତରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅନେକ କ୍ରିକେଟର ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ପରଲୋକ ସହିତ କ୍ରିକେଟ୍ ଜଗତରେ ଏକ ଅଧ୍ୟାୟର ଅବସାନ ଘଟିଛି।

Comments are closed, but trackbacks and pingbacks are open.